
ଜୟପୁର, 22 ସେପ୍ଟେମ୍ବର (ହି.ସ.)
ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡପଡା ମାଲଟା ଏବଂ ଚିକିମା ଗ୍ରାମ ର ରାସ୍ତା ଶୋଚନୀୟ ଅବସ୍ଥାରେ ଅଛି। ଗାଁ ଲୋକେ ପୁର୍ବତନ ମନ୍ତ୍ରୀ ତଥା ରାଜ୍ୟ ଉପସଭାପତି ଶ୍ରୀ ରବି ନାରାୟଣ ନନ୍ଦଙ୍କୁ ଏହି ବିଷୟରେ ସଂପୂର୍ଣ୍ଣ ବିବରଣୀ ଦେଲା ପରି। ପୁର୍ବତନ ମନ୍ତ୍ରୀ ଆଜି ଗାଁ ଲୋକେ ସହିତ ଜୟପୁର ସ୍ଥିତ RD କାର୍ଯ୍ୟଳୟ ଠାରେ ପହଞ୍ଚି ନିବାହି ଅଧୀକାର ସହିତ ସାକ୍ଷାତ କରି ସମସ୍ୟା ବିଷୟରେ ଅବଗତ କରାଇଥିଲେ ଏବଂ କେବେ ସୁଦ୍ଧା କାମ ଆରମ୍ଭ କରି ଶେଷ କରିବା ବିଷୟରେ ଆଲୋଚନା କରିଛନ୍ତି। ନିର୍ବାହ ଅଧୀକାର ଅତି ଶୀଘ୍ର କାମ ଆରମ୍ଭ କରିବା ନିମନ୍ତେ ପ୍ରତିସ୍ଥିତି ଦେଇଛନ୍ତି। ପୁର୍ବତନ ମନ୍ତ୍ରୀ ସମେତ ବିଜୁ ଜନତା ଦଳ ବରିଷ୍ଠ ନେତା ଶିବ ପଟ୍ଟନାୟକ, ବାଲିକି ରାଉ ଟୁନୁ ରଥ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି