ଫଣ୍ଡିଂ ଓ ସଂସ୍କାରକୁ ନେଇ ୱନ୍ ଡେର୍ ଲେୟେନ-ଜେଲେନସ୍କି ବୈଠକରେ ଉତେଜନା : ରିପୋର୍ଟ
ମସ୍କୋ, ୨୩ ସେପ୍ଟେମ୍ବର (ହି.ସ./ରିଆ ନୋଭୋସ୍ତି): ନ୍ୟୁୟର୍କରେ ୟୁରୋପୀୟ ସଂଘ (ଇୟୁ)ର ଅଧ୍ୟକ୍ଷ ଉର୍ସୁଲା ୱନ୍ ଡେର୍ ଲେୟେନ ଏବଂ ୟୁକ୍ରେନର ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କିଙ୍କ ମଧ୍ୟରେ ମଙ୍ଗଳବାର ଅନୁଷ୍ଠିତ ବୈଠକ ଉତେଜନାପୂର୍ଣ୍ଣ ହୋଇଥିବା ଦାବି କରାଯାଇଛି। ରିପୋର୍ଟ ଅନୁସାରେ, କିଭ୍କୁ ନୂତନ
यूरोपियन यूनियन (ईयू) की अध्यक्ष उर्सुला वॉन डेर लेयेन और यूक्रेन के राष्ट्रपति व्लादिमीर ज़ेलेंस्की  (फाइल फाेटाे)


ମସ୍କୋ, ୨୩ ସେପ୍ଟେମ୍ବର (ହି.ସ./ରିଆ ନୋଭୋସ୍ତି): ନ୍ୟୁୟର୍କରେ ୟୁରୋପୀୟ ସଂଘ (ଇୟୁ)ର ଅଧ୍ୟକ୍ଷ ଉର୍ସୁଲା ୱନ୍ ଡେର୍ ଲେୟେନ ଏବଂ ୟୁକ୍ରେନର ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କିଙ୍କ ମଧ୍ୟରେ ମଙ୍ଗଳବାର ଅନୁଷ୍ଠିତ ବୈଠକ ଉତେଜନାପୂର୍ଣ୍ଣ ହୋଇଥିବା ଦାବି କରାଯାଇଛି। ରିପୋର୍ଟ ଅନୁସାରେ, କିଭ୍କୁ ନୂତନ ଆର୍ଥିକ ସହାୟତା ଯୋଗାଇବା ପୂର୍ବରୁ ଅବୈଧ ଅର୍ଥନୈତିକ କାରବାର ବା ‘ଶ୍ୟାଡୋ ଇକୋନୋମି’ ମୁକାବିଲା ପାଇଁ ନୂଆ ଆଇନ ପ୍ରଣୟନ, ଅଧିକ ଟିକସ ରାଜସ୍ୱ ସଂଗ୍ରହ ଏବଂ ୟୁରୋପୀୟ ସଂଘର ଆଇନ ସହିତ ଅଧିକ ସମନ୍ୱୟ ଦିଗରେ ଅଗ୍ରଗତି ଦେଖିବାକୁ ଇୟୁ ଅଧିକାରୀମାନେ ଚାହୁଁଛନ୍ତି।

ବ୍ଲୁମବର୍ଗର ଏକ ରିପୋର୍ଟ ଅନୁସାରେ, ଶୀତ ଋତୁ ପୂର୍ବରୁ ୟୁକ୍ରେନ ବାୟୁ ପ୍ରତିରକ୍ଷା ପ୍ରଣାଳୀର ଅଭାବ ନେଇ ଚିନ୍ତା ପ୍ରକାଶ କରିଛି। ବୈଠକ ପରେ ୱନ୍ ଡେର୍ ଲେୟେନ ‘ଏକ୍ସ’ରେ କହିଛନ୍ତି, “ଅଧିକ ପ୍ରତିରକ୍ଷା ସହାୟତା ମିଳୁଛି। ଏବଂ ୟୁକ୍ରେନ ସଂସଦ ‘ରାଡା’ରେ ସଂସ୍କାର ପ୍ରକ୍ରିୟା ଆଗକୁ ବଢ଼ିବା ସହିତ ବଜେଟ ସହାୟତା ମଧ୍ୟ ଆହୁରି ବୃଦ୍ଧି ପାଇବ।”

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande