ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍
ଭୁବନେଶ୍ୱର, 29 ସେପ୍ଟେମ୍ବର (ହି.ସ.)- ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ସମ୍ବଲପୁର ଫ୍ୟାକ୍ଟ୍ରି ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକଙ୍କ ୭ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ଏକକାଳୀନ ଚଢ଼ାଉ କରିଛି । ଆଜି ସମ୍ବଲପୁର ଫ୍ୟାକ୍ଟ୍ରି ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟ
ଉମାକାନ୍ତ


ଭୁବନେଶ୍ୱର, 29 ସେପ୍ଟେମ୍ବର (ହି.ସ.)- ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ସମ୍ବଲପୁର ଫ୍ୟାକ୍ଟ୍ରି ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକଙ୍କ ୭ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ଏକକାଳୀନ ଚଢ଼ାଉ କରିଛି ।

ଆଜି ସମ୍ବଲପୁର ଫ୍ୟାକ୍ଟ୍ରି ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟ ନିଜ ଜଣାଶୁଣା ଆୟ ଉତ୍ସଠାରୁ ଅଧିକ ଆୟବହିର୍ଭୂତ ସମ୍ପତ୍ତି (ଡିଏ) ଠୁଳ କରିଥିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଉଛି। ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ସମ୍ବଲପୁରଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ୮ ଜଣ ଡିଏସ୍ପି, ୧୧ ଜଣ ଇନ୍ସପେକ୍ଟର, ୧୧ ଜଣ ଏଏସ୍ଆଇ ଏବଂ ଅନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ସମ୍ବଲପୁର, ଭୁବନେଶ୍ୱର, ପୁରୀ ଓ ଖୋର୍ଦ୍ଧାର ନିମ୍ନଲିଖିତ ୭ଟି ସ୍ଥାନରେ ଏହି ଚଢ଼ାଉ ଚାଲିଛି। ସମ୍ବଲପୁରର ଧନକଉଦାସ୍ଥିତ ସନ୍ ସିଟି ଆପାର୍ଟମେଣ୍ଟରେ ଶ୍ରୀ ସାମନ୍ତରାୟଙ୍କ ୩ ବିଏଚ୍କେ ଫ୍ଲାଟ୍, ଭୁବନେଶ୍ୱରର ନନ୍ଦନବିହାର, ନନ୍ଦନକାନନ ରୋଡ୍ରେ ଶ୍ରୀ ସାମନ୍ତରାୟଙ୍କ ଏକ ଡୁପ୍ଲେକ୍ସ, ଭୁବନେଶ୍ୱରର ବରକୁଦା (ଜଟଣୀ ନିକଟ) ଇଣ୍ଡସ୍ କଲେଜ୍ ଅଫ୍ ଇଞ୍ଜିନିୟରିଂ ନିକଟରେ ତାଙ୍କର ଏକ କୋଠା, ପୁରୀର ବାଲିଗୁଆଳିସ୍ଥିତ ତୋଟା ବେହେରା ସାହିରେ ତାଙ୍କର ତିନି ମହଲା କୋଠା, ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ସୁଭାଷ ମାର୍ଗରେ ତାଙ୍କର ଦୁଇ ମହଲା କୋଠା, ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ଅଶୋକ ନଗରସ୍ଥିତ ତାଙ୍କ ପୈତୃକ ସ୍ଥାନରେ ଥିବା ଦୁଇ ମହଲା କୋଠା, ସମ୍ବଲପୁର ଫ୍ୟାକ୍ଟ୍ରି ଓ ବଏଲର୍ସ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଥିବା ତାଙ୍କ ଅଫିସ୍ ଚାମ୍ବରରେ ଭିଜିଲାନ୍ସ ଚଢାଉ କରିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande