ଆଜିଠାରୁ ସେପ୍ଟେମ୍ବର 5 ପର୍ଯ୍ୟନ୍ତ ୟୁକ୍ରେନ ଏବଂ ପୋଲାଣ୍ଡ ଗସ୍ତରେ ଯିବେ ଜୟଶଙ୍କର
ନୂଆଦିଲ୍ଲୀ, ସେପ୍ଟେମ୍ବର 3 (ହି.ସ): ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର ଆଜିଠାରୁ ସେପ୍ଟେମ୍ବର 5 ତାରିଖ ପର୍ଯ୍ୟନ୍ତ ୟୁକ୍ରେନ ଏବଂ ପୋଲାଣ୍ଡକୁ ସରକାରୀ ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ସେ ଉଭୟ ଦେଶର ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଆଞ୍ଚଳିକ ବିକାଶକୁ ସୁଦୃଢ଼ କରିବ
विदेश मंत्री डॉ. एस. जयशंकर।


ନୂଆଦିଲ୍ଲୀ, ସେପ୍ଟେମ୍ବର 3 (ହି.ସ): ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର ଆଜିଠାରୁ ସେପ୍ଟେମ୍ବର 5 ତାରିଖ ପର୍ଯ୍ୟନ୍ତ ୟୁକ୍ରେନ ଏବଂ ପୋଲାଣ୍ଡକୁ ସରକାରୀ ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ସେ ଉଭୟ ଦେଶର ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଆଞ୍ଚଳିକ ବିକାଶକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିବେ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ଗସ୍ତ ସମୟରେ ଜୟଶଙ୍କର ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଆଣ୍ଡ୍ରି ସିବିହା ଏବଂ ପୋଲ୍ୟାଣ୍ଡର ଉପ ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ରାଡୋସ୍ଲା ସିକୋର୍ସ୍କିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ।

ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ଗସ୍ତ ସମୟରେ, ଉଭୟ ଦେଶ ସହିତ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ ଆଗକୁ ବଢ଼ାଇବା ସହିତ ବିଭିନ୍ନ ଆଞ୍ଚଳିକ ବିକାଶ ଏବଂ ସାଧାରଣ ସ୍ୱାର୍ଥର ପ୍ରସଙ୍ଗ ଉପରେ ମତ ବିନିମୟ ହେବ।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande