ଟିକ୍ରାପଡା (ପିପି ଏକାଡେମୀ) ଦୁର୍ଗା ପୂଜା ବୈଠକ
ବଲାଙ୍ଗିର, 06 ସେପ୍ଟେମ୍ବର (ହି.ସ.)ଟିକ୍ରାପଡା ଦୁର୍ଗାପୂଜା ଓ ଦୁର୍ଗା ମଣ୍ଡପ ପରିଚାଳନା ନିମନ୍ତେ ସମସ୍ତ ସଭ୍ୟମାନଙ୍କ ଉପସ୍ଥିତିରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଆଗାମୀ ଦୁର୍ଗାପୂଜାର ସୁଚାରୁ ରୂପେ ପରିଚାଳନା ଏବଂ ଦୁର୍ଗା ମଣ୍ଡପ ର ସର୍ବାଙ୍ଗିନ ଉନ୍ନତି ଓ ରକ୍ଷଣାବେକ୍ଷଣା ବିଷ
ଟିକ୍ରାପଡା (ପିପି ଏକାଡେମୀ) ଦୁର୍ଗା ପୂଜା ବୈଠକ


ବଲାଙ୍ଗିର, 06 ସେପ୍ଟେମ୍ବର (ହି.ସ.)ଟିକ୍ରାପଡା ଦୁର୍ଗାପୂଜା ଓ ଦୁର୍ଗା ମଣ୍ଡପ ପରିଚାଳନା ନିମନ୍ତେ ସମସ୍ତ ସଭ୍ୟମାନଙ୍କ ଉପସ୍ଥିତିରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଆଗାମୀ ଦୁର୍ଗାପୂଜାର ସୁଚାରୁ ରୂପେ ପରିଚାଳନା ଏବଂ ଦୁର୍ଗା ମଣ୍ଡପ ର ସର୍ବାଙ୍ଗିନ ଉନ୍ନତି ଓ ରକ୍ଷଣାବେକ୍ଷଣା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏହି ପରିପ୍ରେକ୍ଷୀରେ ଦୁଇଟି କମିଟି ଦୁର୍ଗା ପୂଜା କମିଟି ଓ ଦୁର୍ଗା ମଣ୍ଡପ କମିଟି ଗଠନ କରାଗଲା । ଦୁର୍ଗାପୂଜା ସୁପରିଚାଳନା ପାଇଁ ସଭାପତି ରୂପେ ପ୍ରଦୋଶ ବିଶି, ସମ୍ପାଦକ ବେଟୁନ୍ ସ୍ୱାଇଁ ଓ କାଳିରଂଜନ ମିଶ୍ରଙ୍କୁ କୋଷାଧ୍ୟକ୍ଷ ହିସାବରେ ସର୍ବସମ୍ମତି ରେ ଚୟନ କରାଗଲା । ସର୍ବୋପରି ବୈଠକରେ ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ନବରାତ୍ର କରାଯିବାର ନିଷ୍ପତ୍ତି ଗ୍ରହଣ କରାଗଲା । ସେହି ପରି ୧୦ ଜଣ ସଦସ୍ୟଙ୍କୁ ନେଇ ମଣ୍ଡପ କମିଟି ଗଠନ କରାଯିବା ପାଇଁ ସର୍ବ ସମ୍ମତି ରେ ଅନୁମୋଦନ କରାଗଲା । ସଭାକୁ ସୁଧୀର ତ୍ରିପାଠି ପରିଚାଳନା କରିଥିବା ବେଳେ ରଂଜନ ତ୍ରିପାଠି, ବିରେନ୍ଦ୍ର ବନଛୋର, ହେମନ୍ତ ପଣ୍ଡା, ଅଜୟ ତ୍ରିପାଠି, ଜ୍ଞାନ ରଂଜନ ମିଶ୍ର, ବିଧୂଭୂୂଷଣ ତ୍ରିପାଠି, ସଂଜୀବ ରଥ, ମୁନା ବ୍ରହ୍ମା, ସଂଜୀବ ପଢିଆରି, ସୁଜିତ ପଟ୍ଟନାୟକ, ସତ୍ୟନାରାୟଣ ମିଶ୍ର, ସନତ ପୁରୋହିତ (ଚୁନଚୁନି), ଦିଲିପ ସାମଲ, ଟିଙ୍କୁ ପଣ୍ଡା, ଉମା ସ୍ୱାଇଁ, ଆଶିଷ ମିଶ୍ର, ନଗେନ ନିଆଲ ଏବଂ ଟୁଲୁ ବନଛୋର ଆଦି ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande