ଇକେୱାଇସି କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ
ଭୁବନେଶ୍ୱର, 14 ଅକ୍ଟୋବର (ହି.ସ.) - ଇକେୱାଇସି କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ । ଇକେୱାଇସି ପ୍ରକ୍ରିୟା କେନ୍ଦ୍ର ସରକାର ବନ୍ଦ କରିଦେଇଛନ୍ତି । ଏବେ ବି ରାଜ୍ୟର 15 ଲକ୍ଷ 67 ହଜାର ହିତାଧିକାରୀ କେୱାଇସି କରିନାହାନ୍ତି । ଆଉ ସମୟ ନାହିଁ । ଏବେ ବି କେୱାଇସି କରିନଥ
ଇକେୱାଇସି କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ


ଭୁବନେଶ୍ୱର, 14 ଅକ୍ଟୋବର (ହି.ସ.)

- ଇକେୱାଇସି କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ । ଇକେୱାଇସି

ପ୍ରକ୍ରିୟା କେନ୍ଦ୍ର ସରକାର ବନ୍ଦ କରିଦେଇଛନ୍ତି । ଏବେ ବି ରାଜ୍ୟର 15 ଲକ୍ଷ 67 ହଜାର ହିତାଧିକାରୀ

କେୱାଇସି କରିନାହାନ୍ତି । ଆଉ ସମୟ ନାହିଁ । ଏବେ ବି କେୱାଇସି କରିନଥିବା ଲୋକଙ୍କ ଚାଉଳ

ପଠାଯାଉଛି । ତାକୁ ବନ୍ଦ କରିଦିଆଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

ଯେଉଁମାନେ କରିବେ ନାହିଁ ସେମାନଙ୍କ ପାଇଁ ଚାଉଳ ଯିବ ନାହିଁ । କେନ୍ଦ୍ର ସରକାର ସମୟ ବଢ଼େଇଲେ

ଆମେ ମଧ୍ୟ ବଢ଼େଇବୁ । ଯଦି କିଏ ବାଦ ରହି ଯାଇଥିବେ ସେମାନେ ଲିଖିତ ଭାବେ ଆବେଦନ କଲେ କଥା ବିଚାର

କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande