ନୂଆପଡ଼ା, ୧୬ ଅକ୍ଟୋବର (ହି.ସ.)- ନୂଆପଡ଼ା ଉପନିର୍ବାଚନ ପାଇଁ ଆସନ୍ତା ୧୮ ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଆଜି ସେ ପ୍ରାର୍ଥୀପତ୍ର ଦାଖଲ କରିବାର ଥିଲା । କିନ୍ତୁ, କୌଣସି କାରଣବଶତଃ ଆଜି ସେ ପ୍ରାର୍ଥୀପତ୍ର ଦାଖଲ କରୁନଥିବା ବେଳେ ଆସନ୍ତା ୧୮ ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଏହି ପରିପ୍ରେକ୍ଷୀରେ ୧୮ ତାରିଖ ଦିନ ଏକ ବିଶାଳ ଶୋଭାଯାତ୍ରା ଖରିଆର ରୋଡ଼ରୁ ବାହାରି ଖରିଆର ରୋଡ଼ ଓ ନୂଆପଡ଼ା ସହର ପରିକ୍ରମା କରି ନୂଆପଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିବ । ସେଠାରେ ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଏଥିରେ ଓଡ଼ିଶା ସରକାରଙ୍କ ମନ୍ତ୍ରୀ, ସାଂସଦ, ବିଧାୟକ ମାନେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ