ବ୍ଲକ ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୫ ଏବଂ ସମ୍ବେଦନଶୀଳ ଅଭିଭାବିକତ୍ବ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ
କେନ୍ଦୁଝର, 17 ଅକ୍ଟୋବର (ହି.ସ.) ମହିଳା ଓ ଶିଶୁ ବିକାଶ ଆନୁକୂଲ୍ୟରେ ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୫ ଏବଂ ସମ୍ବେଦନଶୀଳ ଅଭିଭାବକତ୍ବ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ବାଂଶପାଳ ସ୍ଥିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଅତିଥ୍ ଭାବେ ଏହି କାର୍ଯ୍ୟକ୍ରମରେ ବ୍ଲକ ଅ
ବ୍ଲକ ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୫ ଏବଂ ସମ୍ବେଦନଶୀଳ ଅଭିଭାବିକତ୍ବ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ


କେନ୍ଦୁଝର, 17 ଅକ୍ଟୋବର (ହି.ସ.)

ମହିଳା ଓ ଶିଶୁ ବିକାଶ ଆନୁକୂଲ୍ୟରେ ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୫ ଏବଂ ସମ୍ବେଦନଶୀଳ ଅଭିଭାବକତ୍ବ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ବାଂଶପାଳ ସ୍ଥିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଅତିଥ୍ ଭାବେ ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ଯକ୍ଷ, ବିଡ଼ିଓ, ଗୋଷ୍ଠୀ ସ୍ବାସ୍ଥ୍ୟ ଅଧୂକାରୀଙ୍କ ସହ ମଙ୍ଗଳ ସମ୍ପ୍ରସାରଣ ଅଧୂକାରୀ, ଜିଲ୍ଲା ମଙ୍ଗଳ ଅଧୂକାରୀଙ୍କ କାର୍ଯ୍ୟାଳୟ କର୍ମଚାରୀ, ପ୍ରୋଗ୍ରାମ ଅଧୂକାରୀ, ବ୍ଲକ ଶିଶୁ ଯୋଜନା ଅଧୂକାରୀ, ସରପଞ୍ଚ, ମହିଳା ପରିଦର୍ଶିକା, ଅଙ୍ଗନବାଡି କର୍ମୀ, ପିତାମାତା, ଅଭିଭାବକ ମାନେ ମଧ୍ୟ ଉପସ୍ଥିତ ଥୂଲେ। ପ୍ରଥମେ ଉପସ୍ଥିତ ଥୂବା ଅଭିଭାବକ ମାନଙ୍କୁ ଶିଶୁଙ୍କ ଉପଯୁକ୍ତ ଲାଳନପାଳନ ଉପରେ ମାର୍ଗଦର୍ଶନ କରାଯାଇଥିଲା। ପରିବାରର ସ୍ବାସ୍ଥ୍ୟ ରକ୍ଷା ଲାଗି ପୁରୁଷଙ୍କ ଭୂମିକା ଶୀର୍ଷକ ତର୍କ ପ୍ରତିଯୋଗିତାରେ ବିଜୟୀ ପିତାମାତାଙ୍କୁ ସମ୍ବଦ୍ଧିତ କରାଯାଇଥିଲା। ଏହି ବୈଠକରେ ପୋଷଣ ମାସ ୨୦୨୫ର ମୁଖ୍ୟ ୬ଟି ବିଷୟବସ୍ତୁ ଯଥା- ମେଦବହୁଳତା, ଆଦ୍ୟ ଶୈଶବ ଯନ୍ତ୍ର ଓ ଶିକ୍ଷା,ପୁରୁଷ ସହ‌ଯୋଗୀତା,ପୋଷଣ ବି ପଢାଇଲି,ଡିଜିଟାଲୀକରଣ,ମାଆ ପାଇଁ ଗଛଟିଏ, ଲୋକାଲ ଫର ଭୋକାଲ ଉପରେ ଆଲୋକପାତ କରାଯାଇଥିଲା। ସୁସ୍ଥ ନାରୀ, ସଶକୁ ଭାରତ ଅଭିଯାନ ସହ ସମନ୍ବୟ ରକ୍ଷା କରି ରାଜ୍ୟ କ୍ୟାଲେଣ୍ଡର ଅନୁଯାୟୀ ସମସ୍ତ ବିଷୟବସ୍ତୁ ଆଧାରିତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande