କେନ୍ଦୁଝର, ୧୭ ଅକ୍ଟୋବର(ହି.ସ.) – ଆନନ୍ଦ ପୁର ଅତିରିକ୍ତ ଜିଲ୍ଲା ଜଜ ଏକ ହତ୍ୟା ମାମଲାର ବିଚାର କରି ଅସମୀଙ୍କୁ ୫ବର୍ଷ ସଶ୍ରମ କାରାଦଣ୍ଡଦେଶ ରାୟ ଶୁଣାଇ ଥିବା ଜଣାପଡିଛି ଅତିରିକ୍ତ ସରକାରୀ ଓକିଲଙ୍କ ସୂଚନା ଅନୁଯାଇଗତ ୨୦୨୦ ମସିହା ଜୁଲାଇ ମାସ ୧୧ତାରିଖ ଶନିବାର ରାତି ୯ଘଟିକାରେ ଘସିପୁରା ଥାନା ପୋଡା ଖମାଣ ମାଝୀ ସାହିର ରାମ ନାଇକପୁତ୍ର ନରୋତମ ନାଇକଙ୍କର ୨ଟି ହଂସକୁ ଝଡ଼େଶ୍ୱର ମାଝୀ ସାହିର ରବି ମୁର୍ମୁ ମାରି ଖାଇଥିବା ଖବର ପାଇ ରବି ମୁର୍ମୁ ଘରକୁ ଯାଇ ନରୋତମ ହଂସ ୨ଟିର ମୂଲ୍ୟ ମାଗିବାରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇ ଥିଲା ରବିମୁର୍ମୁ ଉତକ୍ଷିପ୍ତ ହୋଇ ପଥରରେ ନରୋତମ ବାପା ରାମ ନାଇକଙ୍କ ଉପରେ ଆକ୍ରମଣ କରି ବାରୁ ତାଙ୍କୁ ଘସିପୁରା ଡାକ୍ତର ଖାନରେ ଭର୍ତି କରାଯାଇ ଥିଲାସେଠାରୁ କେନ୍ଦୁଝର ଡାକ୍ତର ଖାନା ନେବା ରାସ୍ତାରେ ନରୋତମର ପ୍ରାଣ ଉଡିଯାଇଥିଲାଏହି ଘଟଣାରେ ପୁତ୍ର ନରୋତମ ଘସିପୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଘଟଣାର ତଦନ୍ତ କରି ପୋଲିସ ଭାରତୀୟ ଦଣ୍ଡବିଧି ଆଇନ ଧାରା ୩୦୨ରୁଜୁ କରିଥିଲେ ଆନନ୍ଦପୁରଅତିତିକ୍ତ ଜିଲ୍ଲା ଦୌରା ଜଜ ଦେବଦତ ଦାସ ମହାପାତ୍ରଏହି ମାମଲାର ଏସ ଟି କେଶ ନମ୍ବର ୧୭/୨୦ରେ ମୋଟ ୧୩ଜଣ ସାକ୍ଷୀଙ୍କ ସାକ୍ଷାପ୍ରମାଣ ବୟାନ ଆଧାରରେ ଭାରତୀୟ ଦଣ୍ଡବିଧି ଆଇନ ୩୦୪(୨)ଅନୁଯାଇ ମାମଲା ବିଚାର କରି ରବି ମୁଣ୍ଡକୁ ୫ବର୍ଷ ସଶ୍ରମ କାରା ଦଣ୍ଡାଦେଶ ରାୟ ପ୍ରଦାନ କରିଛନ୍ତି। ସରକାରୀ ତରଫରୁ ଡେପୁଟି ଡାଇରେକ୍ଟର ଅଫପ୍ରକୁଶନପ୍ରକାଶ ମହାନ୍ତିଙ୍କ ତତ୍ୱାବଧାନରେ ଅତିରିକ୍ତ ସରକାରୀ ଆଇନ ଜୀବି ଷୌମିତ୍ରୀ କୁମାର ରାଉତ ମାମଲା ପରିଚାଳନା କରୁଥିଲେ।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ