ନୂଆପଡା /ଭୁବନେଶ୍ୱର,୧୬ ଅକ୍ଟୋବର (ହି.ସ)- କଳାହାଣ୍ଡି ସଂସଦୀୟ କ୍ଷେତ୍ରରୁ ଗତ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ଲମ୍ବୋଧର ନିଆଲ ଆଜି ବିଜେଡିର ପ୍ରାଥମିକ ସଦସ୍ୟତା ଏବଂ ଦଳୀୟ ପଦବୀରୁ ଇସ୍ତଫା ଦେଇ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ନିଆଲଙ୍କ ସମେତ ୫୫ ଜଣ ସରପଂଚ, ସମିତି ସଭ୍ୟ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ଯୋଗଦାନ ଦ୍ୱାରା ନୂଆପଡା ଭାରତୀୟ ଜନତା ପାର୍ଟି ଆହୁରି ଅଧିକ ଶକ୍ତିଶାଳୀ ହୋଇଛି। ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଉପସ୍ଥିତ ରହି ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଟୋପି ଉତରୀୟ ପିନ୍ଧାଇ ସ୍ୱାଗତ କରିଛନ୍ତି। ଏହି ଅବସରରେ ପୂର୍ବତନ ରାଜ୍ୟ ସଭାପତି ତଥା ବରିଷ୍ଠ ନେତା ଶ୍ରୀ ବସନ୍ତ ପଣ୍ଡା, ମନ୍ତ୍ରୀ ଶ୍ରୀ ବିଭୁତି ଭୁଷଣ ଜେନା, ବରିଷ୍ଠ ନେତା ହିତେଶ ବଗର୍ତୀ ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା