କେନ୍ଦୁଝର, ୧୬ ଅକ୍ଟୋବର (ହି.ସ.) - କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବତା ଭାବେ ବଳଦେବଜୀଉ ପୂଜା ପାଉଛନ୍ତି। ଏହି ମନ୍ଦିର ରେ ସ୍ୱତନ୍ତ୍ର ନିତିକ୍ରାନ୍ତି ସହ ପୂଜା ବିଦ୍ଧି ସମ୍ପନ୍ନ ହୋଇଥାଏ। ଏହି ମନ୍ଦିରର ସମ୍ପୂର୍ଣ ରକ୍ଷଣା ବେକ୍ଷଣ କେନ୍ଦୁଝର ଉପଜିଲ୍ଲାପାଳ ଓ ଦେବୋତର ବିଭାଗ ଦ୍ୱାରା ହୋଇଥାଏ। ମନ୍ଦିର ଟ୍ରଷ୍ଟ ବୋର୍ଡ ଦୀର୍ଘ ଦିନ ହେଇ ନଥିବାରୁ ଏହାକୁ ଉପ ଜିଲ୍ଲାପାଳ ପରିଚାଳନା କରି ଆସୁଛନ୍ତି। କିନ୍ତୁ ବହୁ ସମୟରେ ଏହାର ପରିଚାଳନାରେ ବ୍ୟାଘାତ ସୃଷ୍ଟି ହେଉଥିବା ଅଭିଯୋଗ ହେଇ ଆସୁଛି। ମନ୍ଦିର ନୀତିକ୍ରାନ୍ତି ସଠିକ ହେଉ ନଥିବା ବେଳେ ମନ୍ଦିର ଆସୁଥବା ଭକ୍ତ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବର୍ତମାନ କାର୍ତିକ ମାସ ଚାଲୁଥିବା ବେଳେ ବହୁ ଭକ୍ତ ମନ୍ଦିରକୁ ଆସୁଛନ୍ତି। ମନ୍ଦିରରେ ଲାଗିଥିବା ପତିତପାବନ ବାନା ଛିଣ୍ଡି ଯାଇଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ବୁଦ୍ଧିଜୀବି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA