ବିଦ୍ୟାଳୟରେ ଶିକ୍ଷକ ମରୁଡି: ୧୦ ଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନର ଚେତାବନୀ
ସମ୍ବଲପୁର, ୧୬ ଅକ୍ଟୋବର(ହି.ସ.) – ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡରମା ପଂଚାୟତ ଅନ୍ତର୍ଗତ କୁତବ ସ୍କୁଲରେ ଶିକ୍ଷକ ମରୁଡିକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏବେ କେବଳ ୨ ଜଣ ଶିକ୍ଷକଙ୍କ ଭରସାରେ ପାଠପଢା ଚାଲିଥିବାବେଳେ ଶୀଘ୍ର ଶିକ୍ଷକ ନିଯୁକ୍ତି ନହେଲେ ଲୋକେ ବାଧ୍ୟ ହୋଇ ରା
ବିଦ୍ୟାଳୟରେ ଶିକ୍ଷକ ମରୁଡି: ୧୦ ଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନର ଚେତାବନୀ


ସମ୍ବଲପୁର, ୧୬ ଅକ୍ଟୋବର(ହି.ସ.) – ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡରମା ପଂଚାୟତ ଅନ୍ତର୍ଗତ କୁତବ ସ୍କୁଲରେ ଶିକ୍ଷକ ମରୁଡିକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏବେ କେବଳ ୨ ଜଣ ଶିକ୍ଷକଙ୍କ ଭରସାରେ ପାଠପଢା ଚାଲିଥିବାବେଳେ ଶୀଘ୍ର ଶିକ୍ଷକ ନିଯୁକ୍ତି ନହେଲେ ଲୋକେ ବାଧ୍ୟ ହୋଇ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ସ୍କୁଲରେ ପାଠ ପଢାଇବା ପାଇଁ ଶିକ୍ଷକ ଅଭାବ ସମ୍ପର୍କରେ ଗ୍ରାମବାସୀମାନେ ସମ୍ବଲପୁର ଜିଲ୍ଲାପାଳ, ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ, ଜମନକିରା ବିଇଓ, ଜମନକିରା ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ ଅଦ୍ୟାବଧି ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହି। ଆଗାମୀ ୧୦ ଦିନ ମଧ୍ୟରେ ବିଦ୍ୟାଳୟରେ ଶିକ୍ଷକ ସମସ୍ୟାର ସମାଧାନ କରାନଗଲେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରାଯିବ ବୋଲି କଡା ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ସୂଚନା ଅନୁସାରେ ଜମନକିରା ବ୍ଲକ ଅଧୀନରେ ଥିବା କୁତବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ଚାଲିଛି। ହେଲେ ଉକ୍ତ ବିଦ୍ୟାଳୟରେ ପୂର୍ବରୁ ସର୍ବମୋଟ ୫ ଜଣ ଶିକ୍ଷକ ଶିକ୍ଷାଦାନ କରି ଆସୁଥିଲେ। ସେଥି ମଧ୍ୟରୁ ଜଣେ ଶିକ୍ଷକଙ୍କ ପରଲୋକ ହୋଇ ଯାଇଥିବା ବେଳେ ଅନ୍ୟ ଜଣେ ଶିକ୍ଷକ ଅବସର ଗ୍ରହଣ କରସାରିଛନ୍ତି। ସ୍କୁଲର ୩ ଜଣ ଶିକ୍ଷକଙ୍କ ମଧ୍ୟରୁ ଇତିମଧ୍ୟରେ ଗୌତମ ବାଗ ନାମକ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଯାହାଦ୍ୱାରା ବର୍ତମାନ ଏହି ବିଦ୍ୟାଳୟରେ ମାତ୍ର ୨ ଜଣ ଶିକ୍ଷକ ଥିବା ବେଳେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କିପରି ସମ୍ଭବ ହ୍ୱେ ସେ ସମ୍ପର୍କରେ ଜିଲ୍ଲା ଶିକ୍ଷା ନିରୀକ୍ଷକ ଅଦ୍ୟାବଧି ସମ୍ପୂର୍ଣ୍ଣ ନୀରବଦ୍ରଷ୍ଟା ସାଜିଛନ୍ତି। ଏଣୁ ଅନ୍ୟତ୍ର ବଦଳି ହୋଇଥିବା ଶିକ୍ଷକ ଗୌତମ ବାଗଙ୍କୁ ପୁନର୍ବାର କୁତବ ସ୍କୁଲକୁ ଫେରାଇ ଆଣିବା ଓ ଆବଶ୍ୟକତା ଅନୁସାରେ ଶିକ୍ଷକ ପଦବୀ ପୂରଣ କରିବା ଦାବିରେ ଗ୍ରାମବାସୀମାନେ ମଙ୍ଗଳବାର ପୁଣିଥରେ ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ର ଦେବା ସମୟରେ ଗ୍ରାମର ମୀନା ସିଂ, ଜୟରାମ ସିଂ, ଶ୍ରୀକାନ୍ତ ପ୍ରଧାନ, ନିତ୍ୟାନନ୍ଦ ପ୍ରଧାନ ଓ ଜ୍ଞାନ ସିଂ ଙ୍କ ସମେତ ବହୁ ଗ୍ରାମବାସୀ, ଅଭିଭାବକ ମହଲରେମାନେ ଉପସ୍ଥିତ ରହିଥିଲେ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande