ଚମ୍ପୁଆରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା
କେନ୍ଦୁଝର, ୧୬ ଅକ୍ଟୋବର (ହି.ସ.) - ଚମ୍ପୁଆ ବିଜ୍ଞାପିତ ପରିଷଦ ଅଂଚଳରେ ସହ ସହ ବିଜେଡି କର୍ମୀଙ୍କ ଉପସ୍ଥିତିରେ ସ୍ଥାନୀୟ ଶିବମନ୍ଦିରରୁ ଦିନ ସମୟରେ ଏକ ବିଶାଳ ଶୋଭାଯାତ୍ରା ବାହାରି ସ୍ଥାନୀୟ ଟାଉନ ହଲ ଠାରେ ପହଂଚିଥିଲା। ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଚମ୍ପୁଆ ବିଧାୟକ ତଥା କେନ୍
ଚମ୍ପୁଆରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା


କେନ୍ଦୁଝର, ୧୬ ଅକ୍ଟୋବର (ହି.ସ.) - ଚମ୍ପୁଆ ବିଜ୍ଞାପିତ ପରିଷଦ ଅଂଚଳରେ ସହ ସହ ବିଜେଡି କର୍ମୀଙ୍କ ଉପସ୍ଥିତିରେ ସ୍ଥାନୀୟ ଶିବମନ୍ଦିରରୁ ଦିନ ସମୟରେ ଏକ ବିଶାଳ ଶୋଭାଯାତ୍ରା ବାହାରି ସ୍ଥାନୀୟ ଟାଉନ ହଲ ଠାରେ ପହଂଚିଥିଲା। ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଚମ୍ପୁଆ ବିଧାୟକ ତଥା କେନ୍ଦୁଝରର ଲୋକପ୍ରିୟ ନେତା ସନାତନ ମହାକୁଡ଼, ଜିଲ୍ଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତୀ, ବିଜ୍ଞାପିତ ପରିଷଦର ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁଙ୍କ ଜିନ୍ଦାବାଦ ଧ୍ୱନୀରେ ଚମ୍ପୁଆ ସହର ପ୍ରକମ୍ପିତ ହେଉଥିଲା।ଦିନ ୧:୩୦ ସମୟରେ ସ୍ଥାନୀୟ ସଭାଗୃହରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଉତ୍କ ସଭାରେ ଚମ୍ପୁଆ ବିଜ୍ଞାପିତ ପରିଷଦର ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁ ସ୍ୱାଗତ ଅଭିଭାଷଣ ଦେବା ସହ ଅତିଥୁ ପରିଚୟ ପ୍ରଦାନ କରିଥିଲେ। ପରେ ବିଜୁ ଜନତା ଦଳର ବରିଷ୍ଠ ନେତା ଚତୁର୍ଭୁଜା ପଲେଈ, ନିରଞ୍ଜନ ବହିଦାର, ଗିରିଧାରୀ ନାୟକ, ସଞ୍ଜୟ କୁମାର ନାୟକ ଯୋଡ଼ା ମୁନିସିପାଲିଟିର ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ପାତ୍ର, ଗଣେଶ କୁମାର ଖୀଲାରଙ୍କ ସମେତ ନିମନ୍ତ୍ରିତ ଅତିଥୁ ମାନେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ହୋଇଥିବା ବିଭିର୍ନ ପ୍ରକାରର ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ବଜ୍ରବ୍ୟ ପ୍ରଦାନ କରିଥିଲେ। ପରେ ସଭାର ମୁଖ୍ୟଅତିଥି ତଥା ଜିଲ୍ଲା ବିଜେଡିର ସଭାପତି ଆଶିଷ ଚକ୍ରବର୍ତୀ ଦୀର୍ଘ ଚବିଶ ବର୍ଷର ବିଜେଡି ଶାସନର ବହୁ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ ବିଜେପି ଶାସନରେ ନାରୀ ନିର୍ଯ୍ୟାତନା ବେକାରୀ ସମସ୍ୟା ସମ୍ପର୍କରେ ବକ୍ରବ୍ୟ ପ୍ରଦାନ କରିଥିଲେ। ବିଜେପି ସରକାର ଦୁଇ ବିହାରୀ ଖଣିମାଫିଆଙ୍କ ହାତରେ ସମସ୍ତ ଖଣିଖାଦାନକୁ ଟେକି ଦେଇଛନ୍ତି ଏବଂ ସ୍ପାଇ ଖଣି ପ୍ରଭାବିତ ଅଂଚଳ ବାଶୀଙ୍କର ଜୀବନ ଜୀବିକା ପ୍ରଭାବିତ ହଉଛି ବୋଲି ମଂଚରୁ ପ୍ରକାଶ କରିଥିଲୋଭକ୍ତି ସଭାରେ ସହ ସହ ବିଜେଡି ନେତୃବୃନ୍ଦ ଉପସ୍ଥିତ ଥିଲେ ଆଉ ସାମ୍ବାଦିକ ସତ୍ୟଜିତ ମିଶ୍ର ସଭା କାର୍ଯ୍ୟଟିକୁ ସଂଯୋଜନା କରିଥିବାବେଳେ ବିଜେଡିର ବରିଷ୍ଠ ଯୁବନେତା ସତ୍ୟବ୍ରତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande