ଜନ ସମ୍ପର୍କ ପଦଯାତ୍ରା ରେ ଯୋଗ ଦେଲେ ନବୀନ ପଟ୍ଟନାୟକ
ଜନ୍ମଦିନରେ ଜନତା ଙ୍କ ଶୁଭେଚ୍ଛା ଗ୍ରହଣ କଲେ | ପିଲାଙ୍କୁ ଚକୋଲାଟେ ବାଣ୍ଟିଲେ | ଶେଷ ପର୍ଯ୍ୟନ୍ତ ଓଡିଶା ମା ର ସେବା କରି ଚାଲିବି | ନବୀନ ପଟ୍ଟନାୟକ | ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନ ରେ ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ର
ଜନ ସମ୍ପର୍କ ପଦଯାତ୍ରା ରେ ଯୋଗ ଦେଲେ ନବୀନ ପଟ୍ଟନାୟକ


ଜନ୍ମଦିନରେ ଜନତା ଙ୍କ ଶୁଭେଚ୍ଛା ଗ୍ରହଣ କଲେ |

ପିଲାଙ୍କୁ ଚକୋଲାଟେ ବାଣ୍ଟିଲେ |

ଶେଷ ପର୍ଯ୍ୟନ୍ତ ଓଡିଶା ମା ର ସେବା କରି ଚାଲିବି | ନବୀନ ପଟ୍ଟନାୟକ |

ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନ ରେ ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ର ଗଙ୍ଗନଗର ବିଜୁ ଆଦର୍ଶ କଲୋନୀ ରେ ଆୟୋଜିତ ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ |ବିଜେଡି ର ନେତା ଓ କର୍ମୀ ମାନଙ୍କ ଗହଣ ରେ ଶ୍ରୀ ପଟ୍ଟନାୟକ କିଛି ବାଟ ଚାଲିବା ସହିତ ଆୟୋଜିତ ସଭା ରେ ଉପସ୍ଥିତ ଜନତା ଓ କର୍ମୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଥିଲେ | ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜୁ ଜନତା ଦଳ ଓଡିଶା ବାସୀ ଙ୍କ ସହିତ ସବୁବେଳେ ରହିଛି ଓ ରହିଥିବ | ସେବା ବିଜୁ ଜନତା ଦଳ ର ମନ୍ତ୍ର | ତେଣୁ ଲୋକଙ୍କ ସେବା ଜାରି ରଖିବା ପାଇଁ କର୍ମୀ ମାନଙ୍କୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେବା ସହିତ,ଶେଷ ପର୍ଯ୍ୟନ୍ତ ସେ ଓଡିଶା ମା ର ସେବା କରିଚାଲିବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ|

ଭୁବନେଶ୍ୱର ବିଜୁ ଜନତା ଦଳ ର ସଭାପତି ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବିଜେଡି ର ବରିଷ୍ଠ ଉପସଭାପତି ଶ୍ରୀ ଦେବୀପ୍ରସାଦ ମିଶ୍ର,ସାଂସଦ ଦେବାଶିଷ ସାମନ୍ତରାୟ,ସାଂସଦ ସୁଲତା ଦେଓ,ବିଧାୟକ. ଶ୍ରୀମତୀ ପ୍ରମିଳା ମଲ୍ଲିକ,ବିଧାୟକ ଅନନ୍ତ ନାରାୟଣ ଜେନା,ବିଧାୟକ ସୁଶାନ୍ତ ରାଉତ,ବିଧାୟକ ଶ୍ରୀ ବିଭୁତି ବଳବନ୍ତରାୟ ,ଭୁବନେଶ୍ୱର ର ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କଅଁର,ବିଜେଡି ର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବିଜେଡି ର କର୍ପୋରେଟର ମାନେ ଯୋଗ ଦେଇଥିଲେ.

ଏହି ଅବସରରେ ଶ୍ରୀ ପଟ୍ଟନାୟକ ପିଲାମାନଙ୍କୁ ଚକୋଲେଟ ବାଣ୍ଟି ଥିଲେ | ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ବିଜେଡି ର ଜନ ସମ୍ପର୍କ ପଦଯାତ୍ରା ଅକଟୋବର ୯ ରୁ ଆରମ୍ଭ ହୋଇଛି. ଓ ଏହା ନଭେମ୍ବର ୯ ପର୍ଯ୍ୟନ୍ତ ଚାଲିବ

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande