- ନୂଆପଡା ବାସୀ ଏହି ଉପନିର୍ବାଚନରେ ବିଜେଡିକୁ ଜବାବ ଦେବେ - ମୁଖ୍ୟମନ୍ତ୍ରୀ
- ବିଜେପି ଏକପାଖିଆ ଭାବେ ବିଜୟୀ ହେବ
ଭୁବନେଶ୍ୱର,୧୬ ଅକ୍ଟୋବର (ହି.ସ)- ନୂଆପଡା ଉପ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ସପକ୍ଷରେ ପ୍ରଚାର ଆରମ୍ଭ କରିଛନ୍ତି। ଗୁରୁବାର ଦିନ ନୂଆପଡାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରୁ ମୁଖ୍ୟମନ୍ତ୍ରୀ ବିଜେଡି ଓ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ବିଜେଡି ଜୟ ଢୋଲକିଆଙ୍କ ଚରିତ୍ର ସଂହାର କରିଛି। ରାଜୁ ଢୋଲକିଆଙ୍କ ରକ୍ତ ଜୟ ଢୋଲକିଆଙ୍କ ଦେହରେ ନାହିଁ ବୋଲି ବିଜେଡି ନେତା କହିଛନ୍ତି। ବିଜେଡି ନେତା ଶାଳୀନତା ରଖିଲେ ନାହିଁ ଜୟ ଢୋଲକିଆ ରାଜୁ ଢୋଲକିଆଙ୍କ ପୋଷ୍ୟ ପୁତ୍ର ବୋଲି କହିଲେ। ଦଳର ନେତା ଏଭଳି କଥା କହିଲେ, ଆଶା ଥିଲା ନବୀନ ପଟ୍ଟନାୟକ ଏକଥାକୁ ନିନ୍ଦା କରିବେ ହେଲେ ଏହା ନବୀନ କରିଲେ ନାହିଁ। ଏଥିପାଇଁ ନୂଆପଡା ବାସୀ ଏହି ଉପନିର୍ବାଚନରେ ବିଜେଡିକୁ ଜବାବ ଦେବେ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଏ ନିର୍ବାଚନ ଏକ ପାଖିଆ ହେବ, ବିଜେଡି ପଛରେ ପଡ଼ିବ, ବିଜେପି କଂଗ୍ରେସ ଦଳ ସହ ଲଢେଇ କରିବ। ଏବେ ନୂଆପଡ଼ା ଦେଖିବ ଡବଲ ଇଂଜିନ ସରକାରର ଗତି। ଆଜି ବିଜେଡି କଂଗ୍ରେସରୁ ଅନେକ ସରପଞ୍ଚ ସମିତି ସଭ୍ୟ ବିଜେପିରେ ଯୋଗଦାନ କରିଛନ୍ତି। ପୂର୍ବରୁ କେବେ ଏତେ ବଡ଼ ମିଶ୍ରଣ ପର୍ବ ମୁଁ ଦେଖି ନଥିଲି। ଏ ସମାବେଶ ଦେଖି ବିଜେଡି ଛାତରେ ଛନକା ପସି ଯାଇଥିବ। କଂଗ୍ରେସରେ ଭୟରେ ଥିବ। ଏ ଉପନିର୍ବାଚନରେ ବିଜେପିର ବିଜୟ ସୁନିଶ୍ଚିତ ହୋଇ ଯାଇଛି । ଗତ ୨୫ ଦିନରେ ନୂଆପଡ଼ାକୁ ଏହା ମୋର ୩ୟ ଗସ୍ତ। ନୂଆପଡ଼ାର ଦାୟିତ୍ୱ ମୁଁ ନେବି। ପୂର୍ବରୁ କହିଥିଲି।ଏବେ ଏ ପ୍ରତିସ୍ମୃତି ପୁରଣ ପାଇଁ ଦାୟିତ୍ୱ ନେଇଛି। ଆମ ସରକାର ଯାହା କହେ ତାହା କରେ। ସେତେବେଳେ ବାଲେଶ୍ୱର ଉପନିର୍ବାଚନ ଓ ଧାମନଗର, ପଦ୍ମପୁର, ବିଜେପୁର ଓ ଝାରସୁଗୁଡା ରେ ଦାୟିତ୍ୱ ନେବି ବୋଲି କହିଥିଲେ। ହେଲେ ନିର୍ବାଚନ ସରିଲେ ଦାୟିତ୍ୱ ସାରିଯାଏ । ଆମେ କଥା ଦେଇ କଥା ରଖୁ। ଧାନ କ୍ୱିଣ୍ଟାଲ ୩୧୦୦ ଓ ସୁଭଦ୍ରା ଯୋଜନା କରିଛୁ। ୨୪ ବର୍ଷ ସରକାର କରି ପାରି ନଥିଲେ ଆମେ ୨୪ ମିନିଟ କ୍ୟାବିନେଟରେ ଏହା କରି ପାରିଛୁ। ନୂଆପଡ଼ା ଏବେ ନୂଆ ରେଳ ପ୍ରକଳ୍ପରେ ସାମିଲ ହୋଇଛି। ମୁଁ ଶ୍ରଦ୍ଧାଞ୍ଜଳି ସଭାରେ କହିଥିଲି।।ଏଥିରେ କୌଣସି ରାଜନୀତି ନାହିଁ। ମୁଁ ବିଧାୟକ ଥିଲି। ଅନେକ କାମରେ ଯାଏ ରାଜେନ୍ଦ୍ର ଭାଇଙ୍କ ପାଖକୁ ଯାଏ।ହେଲେ ସେ ନିଜର ଅସହାୟ ପ୍ରକାଶ କରନ୍ତି। ମୁଁ ମନ୍ତ୍ରୀ ସିନା ହୋଇଛି। ହେଲେ କାମ ତୃତୀୟ ମହଲାରୁ ହୁଏ ବୋଲି ସେ କହୁଥିଲେ। ତାଙ୍କର ଅଧୁରା ସ୍ୱପ୍ନକୁ ପୁରଣ କରିବା ପାଇଁ ତାଙ୍କ ପୁତ୍ର ଆଗକୁ ଆସିଛନ୍ତି। ସେ ବିଜେପିରେ ଏକାମ କରି ପାରିବି ଚିନ୍ତା କରି ସେ ବିଜେପିରେ ସାମିଲ ହୋଇଛନ୍ତି।
ବିଜେଡି ପ୍ରାର୍ଥୀଙ୍କୁ ଦେଖିଲେ ଲାଗୁଛି ଏ ନିର୍ବାଚନ ଏବେ ଏକ ପାଖିଆ ହେବାକୁ ଯାଉଛି। ବିଜେଡି ସହ ନୁହେଁ ଏଥର ଲଢେଇ କଂଗ୍ରେସ ସହ ହେବ ବୋଲି ମୋତେ ଲାଗୁଛି। ଆମେ କେବେ ହେଲେ ଲଢ଼େଇକୁ ସାଧାରଣ ବୋଲି ଭାବି ନଥାଉ। ଯୋଡାକୁ ଘୋଡା ସରି ନୁହେଁ। ବସନ୍ତ ପଣ୍ଡା ଜଣେ ଦକ୍ଷ ନେତା। ସେହିପରି ଢୋଲକିଆ ପରିବାର ସଂଗଠନ ଅଛି।ଏବେ ପଣ୍ଡା ଓ ଢୋଲକିଆଙ୍କ ଡବଲ ଯୋଡି ନୂଆପଡା ନିର୍ବାଚନରେ ବିଜୟୀ କରାଇବେ। ନୂଆପଡାବାସୀ ସ୍ୱାଭିମାନି। ବିଜେଡି ବିଧାୟକ ପ୍ରାର୍ଥୀ ପାଇଲେ ନାହିଁ। ସେଥିପାଇଁ ପୋଡ଼ଶୀ ଜିଲାରୁ ପ୍ରାର୍ଥୀ ଖୋଜି ଛିଡା କରାଇଛନ୍ତି। ବାହାର ଜିଲା ପ୍ରାର୍ଥୀଙ୍କୁ ଏଠି ଗ୍ରହଣ କରନ୍ତି ନାହିଁ।କଂଗ୍ରେସ ୨୪ରେ ବାହାର ପ୍ରାର୍ଥୀଙ୍କୁ ପ୍ରତ୍ୟାକ୍ଷାନ କରିଥିଲେ। ଏବେ ବିଜେଡିକୁ ପ୍ରତ୍ୟାଖ୍ୟାନ କରିବେ। ଓଡ଼ିଆ ଝିଅକୁ ପଶ୍ଚିମବଙ୍ଗରେ ଗଣବଳତ୍କାର କରାଗଲା। ହେଲେ ବିଜେଡି ଓ କଂଗ୍ରେସ ଚୁପ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା