ଭଦ୍ରକ, ୧୬ ଅକ୍ଟୋବର (ହି.ସ.) - ଭୋଟ ଚୋରି ହୋଇଥିବା ପ୍ରତିବାଦ ରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ନିର୍ଦେଶ କ୍ରମେ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପାଂଚ ଗୋଟି ନିର୍ବାଚନ ମଣ୍ଡଳୀର ସମସ୍ତ ପଂଚାୟତରେ ଲୋକ ମାନଙ୍କ ଠାରୁ ଦସ୍ତଖତ ଅଭିଯାନ ଆରମ୍ଭ ହୋଇ ଯାଇଛି । ଜିଲ୍ଲା କଂଗ୍ରେସ କମିଟିର ସଭାପତି ନଳିନୀ ମହାନ୍ତି ଙ୍କ ତତ୍ୱାବଧାନରେ ଭଦ୍ରକ ବ୍ଲକ କଂଗ୍ରେସ କମିଟିର ସଭାପତି ପୀତବାସ ଧଳଙ୍କ ଆବାହକତ୍ୱରେ ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ଦେବରୂପ ମହାନ୍ତି, ଓଡିଶା ପିସିସି ଅନୁସୂଚିତ ଜାତି ବିଭାଗ ର ରାଜ୍ୟ ସାଧାରଣ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ଜେନା, ନାରୀ ନେତ୍ରୀ ଶର୍ମିଷ୍ଠା ପଣ୍ଡା,ଜ୍ୟୋସ୍ନାରାଣୀ ପତି,ରାଜ୍ୟ ସମ୍ପାଦକ ରଞ୍ଜନ ଜେନା,ହାଡ଼ି ବନ୍ଧୁ ବିଶ୍ୱାଳ, ମାୟାଧର ରାଉଳ, ହରିହର ଘଡେଇ,ନିରଞ୍ଜନ ମହାପାତ୍ର, ଯୋଗେନ୍ଦ୍ର ସେଠି ଙ୍କ ସମେତ ଶତାଧିକ ଦଳୀୟ କର୍ମୀ ମାନେ ଏକ ବିରାଟ ଶୋଭାଯାତ୍ରା ରେ ବାହାରି ରାନ୍ଦୀଆ ଓ ଓଲଙ୍ଗ ପଂଚାୟତର ଘର ଘର ବୁଲି ଭୋଟ ଚୋରି ସମ୍ପର୍କ ରେ ଲୋକମାନଙ୍କୁ ସଚେତନ କରିବା ସହ ଭୋଟ ଚୋର-ଗାଦି ଛୋଡ ସ୍ଲୋଗାନ ଦେଇ ଲୋକଙ୍କ ଠାରୁ ଦସ୍ତଖତ ସଂଗ୍ରହ କରିଥିଲେ । କେନ୍ଦ୍ରରେ ଚାଲୁ ଥିବା ବିଜେପି ସରକାର ଚଂଚକତା ଭାବେ ଭୋଟର ମାନଙ୍କ ର ଭୋଟକୁ ଚୋରି କରି କ୍ଷମତାସିନ ହୋଇଛି ସେଥି ନେଇ ଦଳୀୟ ନେତା ମାନେ ଲୋକ ମାନଙ୍କୁ ବୁଝାଇବା ସହ ଭୋଟ ଚୋର-ଗାଦି ଛୋଡ ନାରା ଦେଇ ପଂଚାୟତ ପରିକ୍ରମା କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ