କେନ୍ଦୁଝର, 19 ଅକ୍ଟୋବର (ହି.ସ.)
ଘଷିପୁରା ବ୍ଲକ ଅଳତି ଓ ଗଡ଼ବାନ୍ଧଗୋଡ଼ା ପଞ୍ଚାୟତର ୧୫ରୁ ରୁ ୨୦ ଏକର ପରିମିତ ଧାନ ଜମି ଚକଡ଼ା ପୋକର ଆବ୍ ଆକ୍ରମଣରେ ଧ୍ବଂସ ହେ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ଏହି କୀଟର ଆକ୍ରମଣରେ ଧାନଗଛଗୁଡ଼ିକ ଝାଉଁଳି ପଡ଼ିବା ଦେଖୂ ଚାଷୀମାନେ ଚିନ୍ନାଗ୍ରସ୍ତ ହୋଇପଡ଼ିଛନ୍ତି। ଧାନକେଣ୍ଡା ବାହାରିବା ପୂର୍ବରୁ ହିଁ ଗଛଗୁଡ଼ିକ ନଷ୍ଟ ହେବାରେ ଲାଗିଛି। ଖବର ପାଇ ଗ୍ରାମ୍ୟ କୃଷି କାର୍ଯ୍ୟକର୍ତ୍ତା ପ୍ରଭାବିତ ଅଞ୍ଚଳର ଧାନକ୍ଷେତ ପରିଦର୍ଶନ କରି ସ୍ଥିତି ବୁଝିଥିଲେ। କୃଷି ବିଭାଗ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ପ୍ରଦାନ କରିବାକୁ ଚାଷୀମାନେ ଦାବି କରିଛନ୍ତି। ଏହି କୀଟର ପ୍ରକୋପରୁ ଧାନ ଫସଲ ରକ୍ଷା ପାଇଁ ସେ ପ୍ରଭାବିତ କ୍ଷେତ୍ର ତ୍ରଗୁଡ଼ିକରେ ଉପ ଉପଯୁକ୍ତ କୀଟନାଶକ ଟନାଶକ ସିଞ୍ଚନ କରିବାକୁ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି। ଚକଡ଼ା ପୋକର ଏ ଏହି ଉପ ଉପଦ୍ରବ ଯଦି ରୋକା ନଯାଏ, ତାହାହେଲେ ସେମାନଙ୍କ ଆର୍ଥିକ ସ୍ଥିତିରେ ମାରାତ୍ମକ ପ୍ରଭାବ ପଡ଼ିବ ବୋଲି ସେମାନେ ଆଶଙ୍କା ପ୍ରକାଶ କରୁଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA