ପାଟଣାରେ ୩ ଟି ପଞ୍ଚାୟତର କାର୍ଯ୍ୟାଳୟ ଓ ୨୭୬ ଜଣ ହିତାଧକାରୀଙ୍କୁ ପ୍ରଥମ କିସ୍ତି
କେନ୍ଦୁଝର, 19 ଅକ୍ଟୋବର (ହି.ସ.) ପଞ୍ଚାୟତର ନୂତନ କାର୍ଯ୍ୟାଳୟ ଗୃହର ଶୁଭ ଆଜି ଦିଆଯିବା ସହିତ ୨୭୬ ଜଣଙ୍କୁ ଆବାସ ଯୋଜନାରେ ପ୍ରଥମ କିସ୍ତି ପ୍ରଦାନ କରାଯାଇଛି। ପାଟଣା ବ୍ଲକରେ ଯମୁନା ପଶି,ତୁରୁମୁଙ୍ଗା, ଓ କଣ୍ଠିଆପଡା ପଞ୍ଚାୟତରେ ନୂତନ ପଞ୍ଚାୟତ ଭବନ ପ୍ରତିଷ୍ଠା ପାଇଁ ଭିତ୍ତ ପ୍ରସ୍ତର ସ୍ଥାପନ ଓ
ପାଟଣାରେ ୩ ଟି ପଞ୍ଚାୟତର କାର୍ଯ୍ୟାଳୟ ଓ ୨୭୬ ଜଣ ହିତାଧକାରୀଙ୍କୁ ପ୍ରଥମ କିସ୍ତି


କେନ୍ଦୁଝର, 19 ଅକ୍ଟୋବର (ହି.ସ.)

ପଞ୍ଚାୟତର ନୂତନ କାର୍ଯ୍ୟାଳୟ ଗୃହର ଶୁଭ ଆଜି ଦିଆଯିବା ସହିତ ୨୭୬ ଜଣଙ୍କୁ ଆବାସ ଯୋଜନାରେ ପ୍ରଥମ କିସ୍ତି ପ୍ରଦାନ କରାଯାଇଛି। ପାଟଣା ବ୍ଲକରେ ଯମୁନା ପଶି,ତୁରୁମୁଙ୍ଗା, ଓ କଣ୍ଠିଆପଡା ପଞ୍ଚାୟତରେ ନୂତନ ପଞ୍ଚାୟତ ଭବନ ପ୍ରତିଷ୍ଠା ପାଇଁ ଭିତ୍ତ ପ୍ରସ୍ତର ସ୍ଥାପନ ଓ ଅନୁଦ୍ବୟ ଯୋଜନା ର ୨୭୬ ଜଣ ଆବାସ ହିତାଧୂକାରୀଙ୍କୁ ପ୍ରଥମ କିସ୍ତି ୪୦ ହଜାର ଟଙ୍କା ଲେଖାଏଁ ଜମା ଖାତାରେ ପଇଠ କରାଯାଇଛି। ଏଥିପାଇଁ ଆଜି ଭୁବନେଶ୍ବର ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଆଭାଷୀ ଯୋଗେ ଏହି କାର୍ଯ୍ୟକ୍ରମ କୁ ଆଜି ପାଟଣା ବ୍ଲକ ସମ୍ମିଳନୀ କକ୍ଷରେ ପ୍ରସାରଣ କରା ଯାଇଥିଲା। ବ୍ଲକ କାର୍ଯ୍ୟାଳୟ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତି ଅତିଥୂ ଭ ଭାବେ ପାଟଣା ବିଧାୟକ ଅଖୂଳ ଚନ୍ଦ୍ର ନାଏକ ଯୋଗ ଦେଇଥିଲେ। ପାଟଣା ବିଡ଼ିଓ ମାନସ କୁମାର ଦଣ୍ଡପାଟଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଧାୟକ ଙ୍କ ପ୍ରତିନିଧୂ କମଳା କାନୁ ଦାଶ, ପାଟଣା ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ, ଏବିଡ଼ିଓ ବିଶ୍ବାନାଥ ମଲ୍ଲିକ, ପୂର୍ବତନ ବ୍ଲକ ଅଧ୍ଯକ୍ଷ ବିଶ୍ବାନାଥ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ସୁସ୍ମିତା ବେହେରା, ଏପିଓ ଦୀପକ କୁମ କୁମାର ବେହେରା, କନିଷ୍ଠ ଯନ୍ତ୍ରୀ ଇଂ ଅଜୟ ଜୟ ଝା, ତୁରୁମୁଙ୍ଗା ସରପଞ୍ଚ ସୁଲେଖା ନାଏକ ଓ ଆବାସ ଯୋଜନା ର ବ୍ଲକ ବ୍ଲକ ପ୍ରକଳ୍ପ ସଂଯୋଜକ ସୁରେନ୍ଦ୍ର ଖଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଏହାକୁ ମିଶାଇ ଆଜି ତୃତୀୟ ଦଫାରେ ଏହି ଅନୁଦୟ ଯୋଜନାର ହିତାଧୁକାରୀ ମାନଙ୍କୁ କାର୍ଯ୍ୟାଦେଶ ସହିତ ପ୍ରଥମ କିସ୍ତି ର ଟଙ୍କା ପ୍ରଦାନ କରାଯାଇଛି। କୌଣସି ଗରିବ ବ୍ୟକ୍ତି ବାସ ହୀନ ହେବେ ନାହିଁ। ଆଗାମୀ ଦିନରେ ସମସ୍ତ ଯୋଗ୍ୟ ହିତାଧୂକାରୀ ଏହାର ଲାଭ ପାଇବେ ବୋଲି ବିଧାୟକ ଶ୍ରୀ ନାଏକ ସୂଚନା ଦେଇଥିଲେ

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande