କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳନା ସମିତି ନିଲମ୍ବିତ
କେନ୍ଦୁଝର, ୧୬ ଅକ୍ଟୋବର (ହି.ସ.) - କେନ୍ଦ୍ର ସମବାୟ ବ୍ୟାଙ୍କ ଅନିୟମିତତା ବିରୁଦ୍ଧରେ ସମବାୟ ବିଭାଗ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନିଯୁକ୍ତି ପ୍ରଦାନରେ ଅନିୟମିତତା, ନିୟମ ବିରୁଦ୍ଧ କାର୍ଯ୍ୟ, ଋଣ ପ୍ରଦାନରେ ନିୟମକୁ ପାଳନ ନକରିବା ଆଦି ବିଭିନ୍ନ ଅଭିଯୋଗରେ କେନ୍ଦୁଝର କେନ୍ଦ୍ରୀୟ ସମବାୟ ବ୍
କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳନା ସମିତି ନିଲମ୍ବିତ


କେନ୍ଦୁଝର, ୧୬ ଅକ୍ଟୋବର (ହି.ସ.) - କେନ୍ଦ୍ର ସମବାୟ ବ୍ୟାଙ୍କ ଅନିୟମିତତା ବିରୁଦ୍ଧରେ ସମବାୟ ବିଭାଗ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନିଯୁକ୍ତି ପ୍ରଦାନରେ ଅନିୟମିତତା, ନିୟମ ବିରୁଦ୍ଧ କାର୍ଯ୍ୟ, ଋଣ ପ୍ରଦାନରେ ନିୟମକୁ ପାଳନ ନକରିବା ଆଦି ବିଭିନ୍ନ ଅଭିଯୋଗରେ କେନ୍ଦୁଝର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପରିଚାଳନା ସମିତିର ସଭାପତି ଓ ସମସ୍ତ ସଦସ୍ୟଙ୍କୁ ତତ୍କାଳ ନିଲମ୍ବନ ଆଦେଶ ଜାରି କରାଯାଇଛି । ଓଡ଼ିଶା ସମବାୟ ସମିତି ସମି ଆଇନ-୧୯୬ ୯୬୨ ( ସେକ୍ସନ-୩୨, ସବ୍‌-ସେକ୍ସନ-୭) ଅନୁସାରେ ସମବାୟ ସମିତି ସମୂହ ନିବନ୍ଧକ ସିଦ୍ଧାର୍ଥ ଦାସ ଏହି ନିଲମ୍ବନ ଆଦେଶ ଜାରି କରିଛନ୍ତି। ପରବର୍ତୀ ଆଦେଶନାମା ପର୍ଯ୍ୟନ୍ତ କେନ୍ଦୁଝର ଜିଲାପାଳ ବିଶାଳ ସିଂହଙ୍କୁ କେନ୍ଦୁଝର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପରିଚାଳନାର ପ୍ରଶାସକ ଭାବେ କାର୍ଯ୍ୟ କରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।

ସମବାୟ ନୀତିନିଷ୍ଠ କର୍ତବ୍ୟ ସମ୍ପାଦନ ପାଇଁ ଅନିୟମିତତାଠାରୁ ଦୂରରେ ରହି ନୀତି ମବାୟ ବିଭାଗ ପକ୍ଷରୁ ସମସ୍ତ ବ୍ୟାଙ୍କ ଅଧୂକାରୀ ଓ ବ୍ୟାଙ୍କ ପରିଚାଳନା ସମିତିକୁ ନିର୍ଦେଶ ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande