ନୂଆପଡ଼ା, ୧୬ ଅକ୍ଟୋବର (ହି.ସ.)- ଆଜି ନୂଆପଡ଼ା ଜିଲ୍ଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଆଜି ଦିନ ୧୧ଟା ୪୫ ମିନିଟ୍ ସମୟରେ ଖରିଆର ରୋଡ଼ ସ୍ଥିତ ଗୋତମା ଏୟାରଷ୍ଟ୍ରିପରେ ହେଲିକେପ୍ଟର ଯୋଗେ ପହଂଚି ଖରିଆର ରୋଡ଼ ଠାରେ ଅନୁଷ୍ଠିତ ବିଜେପିର ମିଶ୍ରଣ ପର୍ବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଆଜିର କାର୍ଯ୍ୟକ୍ରମରେ ବିଜେଡ଼ି ଓ କଂଗ୍ରେସର ୧ ହଜାରରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତା ବିଜେପିରେ ଯୋଗଦାନ କରିବାର ସୂଚନା ରହିଛି । ଏନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଥିବା ନେଇ ବିଜେପି ପକ୍ଷରୁ ସୂଚନା ମିଳିଛି ।
ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ବହୁ ମନ୍ତ୍ରୀ, ନେତା ମଧ୍ୟ ଉପସ୍ଥିତ ରହିବେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ