ବାରିପଦା, ୧୬ ଅକ୍ଟୋବର (ହି.ସ.) - ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ ସୁରଭି ପାଳିତ ହୋଇଛି। ଚାନ୍ଦୁଆ ସ୍ଥିତ ସରକାରୀ କେଜିଭିବି ଉଚ୍ଚ ବିଦ୍ୟାଳୟରେ ଆୟୋଜନ ହୋଇଥିବା ବେଳେ ପ୍ରଥମ ଅଧ୍ୟାୟରେ ପ୍ରଧାନ ଶିକ୍ଷୟିତ୍ରୀ ଆରୁଷୁ ମଣି ବାସ୍କେ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍କୁଲ ସଭାପତି ବିଜୟ ସିଂ ଯୋଗ ଦେଇ କ୍ରାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷାର୍ଥୀ ମାନେ ନିଜର ସ୍ୱପ୍ରତିଭା ଅନ୍ୱେଷଣ ଓ ବିକାଶ ପରି ପ୍ରକାଶ କରି ବ୍ୟକ୍ତିତ ଗଠନ କରିପାରିବ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ପ୍ରଧାନ ଶିକ୍ଷୟତୀ ଆରୁଷ ମଣି ବାସ୍କେ ତାଙ୍କର ବକ୍ତବ୍ୟରେ ପୁଅ ହେଉ ଝିଅ ସମସ୍ତଙ୍କ ସମାନ ଶିକ୍ଷା ଅଧିକାରୀ ଅଛି। ସରକାର ଏନେଇ ଅଗ୍ରାଧିକାର ଦେଉଛନ୍ତି ବୋଲି କହିଥିଲେ। ସଭାପତି ଭାବେ ସିଆରସିସି ପ୍ରଦୀପ କୁମାର ଧଳ, ଶିକ୍ଷକ ଦୀପକ ବାରିକ, ରମେଶ ବେହେରା, ଜଗ୍ନନାଥ ରଣା ଉପସ୍ଥିତ ଥିଲେ। ୧୨ଟି କଷ୍ଟର ସ୍କୁଲ ପିଲା ମାନେ ଯୋଗ ଦେଇଥିଲେ। ଏହାପରେ ଭିନ୍ନ ଭିନ୍ନ ବିଭାଗ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କୁ ଦ୍ୱାରା ଗୀତ ପ୍ରବନ୍ଧ ଖେଳ କାର୍ଯ୍ୟ କରିଥିଲେ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚାନ୍ଦୁଆ କେଜିବିଭି ସୁଲ ପ୍ରଥମ ସ୍ଥାନ ଅଧିକାର କରିବା ସହ ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ