ଜୟପୁର, 16 ଅକ୍ଟୋବର (ହି.ସ.) କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ତହସିଲ ଅଧିନ ବେହେରା ଗୁଡ଼ା ସ୍ଥିତ ଏଲ ଜି କନଷ୍ଟ୍ରକସନ ନାମକ ଏକ କ୍ରସର ୟୁନିଟ କୁ ସିଲ କରିଛି ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ। ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ କୋରାପୁଟ,ଜିଲ୍ଲା ଖଣି ବିଭାଗ ଓ ରାଜସ୍ବ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରି ଉକ୍ତ କ୍ରସରକୁ ସିଲ୍ କରାଯାଇଛି। ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ ରିଜିଓନାଲ ଅଫିସର ଦିପେଶ ବିଶ୍ୱାଳଙ୍କ କହିବା ମୁତାବକ କ୍ରସର ୟୁନିଟ୍ ଗୁଡିକୁ କେନ୍ଦ୍ରୀୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ ର ୨୦୨୩ ନିୟମ ଅନୁସାରେ ରାଜ୍ଯ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ ଅନୁମତି ପ୍ରଦାନ କରିଥାଏ। ଯେଉଁ ନିୟମକୁ ୟୁନିଟ୍ ଗୁଡିକ ମାନିବା ଜରୁରୀ । କିନ୍ତୁ ସଂମ୍ପୃକ୍ତ କ୍ରସର ୟୁନିଟ୍ ତାହା ମାନୁ ନଥିବାରୁ ଗତ କିଛିମାସ ତଳେ ଜିଲ୍ଲା ରେ ଟାସ୍କଫୋର୍ସ ଗଠନ କରାଯାଇ ନୋଟିସ କରାଯାଇଥିଲା । ନୋଟିସ କରିବା ସତ୍ତ୍ୱେ କ୍ରସର ମାଲିକ କୌଣସି ଉତ୍ତର ଦେଇନଥିଲେ ତେଣୁ କ୍ରସରଟିକୁ ସିଲ କରାଯାଇଛି ବୋଲି ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି। ଏତଦ୍ ବ୍ୟତୀତ ଉକ୍ତ କ୍ରସର କୁ ଗତ ୨୦/୦୨/୨୦୨୫ ରେ ମିଳିତ ଚଢ଼ାଉ କରି ୨୧୫୦ ସିଏଏମ ବେଆଇନ ଖଣିଜ ପଦାର୍ଥ ଉତ୍ତୋଳନ କୁ ଜବତ କରାଯାଇ ୭ ଲକ୍ଷ ୫ ହଜାର ୨୩୦ ଟଙ୍କା ଜରିମାନା କରାଯାଇଥିଲା ।ଯାହା ଆଜି ପର୍ଯ୍ୟନ୍ତ ବନ୍ଧାଯାଇ ନଥିବା ଓ ଏହାର କୌଣସି ଉତ୍ତର ଦେଇନଥିବା ସି ଟି, ସି ଟି ଓ ଭଳି କୌଣସି ଗାଇଡ଼ ଲାଇନକୁ ମାନି ନଥିବାରୁ ଆଜି ଉକ୍ତ ୟୁନିଟ କୁ ସିଲ କରା ଯାଇଥିବା ଖଣି ଅଧିକାରୀ କୃଷ୍ଣ ଚନ୍ଦ୍ର ଖୁଣ୍ଟିଆ କହିଛନ୍ତି । ଏଥିସହିତ କେନ୍ଦ୍ରୀୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡର ସମସ୍ତ ଗାଇଡ଼ ଲାଇନ କୁ ଅବମାନନା କରୁଥିବା ସମସ୍ତ କ୍ରସର ୟୁନିଟ ଉପରେ ଆଗକୁ ଚଢ଼ାଉ ଜାରି ରହିବ ବୋଲି ଉଭୟ ଅଧିକାରୀ ଗଣ ମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି। ଏହି ଚଢ଼ାଉରେ ସେମିଳିଗୁଡ଼ା ତହସିଲଦାର ସେମିଳିଗୁଡ଼ା ଥାନା ଇନସ୍ପେକ୍ଟର ପୁର୍ଣିମା ତୀର୍କୀ, ଟାଟା ପାୱାର ଏବଂ ଅନ୍ଯ ସମସ୍ତ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ। ସୂଚନା ଥାଉ କି ମିଳିତ ଚଢ଼ାଉ ସମୟରେ କ୍ରସର ୟୁନିଟରୁ ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯିବା ସହ କ୍ରସରର ସମସ୍ତ ଯନ୍ତ୍ରାଂଶ ଗୁଡିକୁ ଯଉ ମୁଦ ଦେଇ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି। ଖଣି ଅଧିକାରୀ କୋରାପୁଟ କୃଷ୍ଣ ଚନ୍ଦ୍ର ଖୁଣ୍ଟିଆ ,,ରିଜିନାଳ ଅଧିକାରୀ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ପିକେପି