ଧାମରା ପଂଚାୟତ ପୋଖରୀରୁ ମାଛ ଚୋରି ନେଇ ସରପଂଚଙ୍କ ପ୍ରତିନିଧି ନାମରେ ଥାନାରେ ଅଭିଯୋଗ
ଭଦ୍ରକ, ୧୬ ଅକ୍ଟୋବର (ହି.ସ.) - ଧାମରା ପଂଚାୟତ ପୋଖରୀରୁ ମାଛ ଚୋରୀକୁ ନେଇ ଧାମରା ଥାନାରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରାପ୍ତ ଖବରରୁ ଜଣାଯାଇଛି ଧାମରା ପଂଚାୟତ ଅଧିନରେ ଥିବା ଜେନା ପୋଖରୀକୁ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସବୁ ବର୍ଷ ନିଲାମ କରିଆସୁଥିବା ବେଳେ ଚଳିତ ବର୍ଷ ଏହି ପୋଖରୀ
DHAMARA MACHA CHORI CASE


ଭଦ୍ରକ, ୧୬ ଅକ୍ଟୋବର (ହି.ସ.) - ଧାମରା ପଂଚାୟତ ପୋଖରୀରୁ ମାଛ ଚୋରୀକୁ ନେଇ ଧାମରା ଥାନାରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରାପ୍ତ ଖବରରୁ ଜଣାଯାଇଛି ଧାମରା ପଂଚାୟତ ଅଧିନରେ ଥିବା ଜେନା ପୋଖରୀକୁ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସବୁ ବର୍ଷ ନିଲାମ କରିଆସୁଥିବା ବେଳେ ଚଳିତ ବର୍ଷ ଏହି ପୋଖରୀ ନିଲାମ ହୋଇ ନାହିଁ। ଫଳରେ ଏହି ପଂଚାୟତ ବାସୀ ଏହି ପୋଖରୀରୁ ଆଦାୟ ଅର୍ଥକୁ ନିଜ ଗ୍ରାମର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବିନିଯୋଗ କରିଆସୁଥିଲେ। ଚଳିତ ବର୍ଷ ଏହା ନିଲାମ ହୋଇ ନଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଧାମରା ପଂଚାୟତ ସରପଂଚଙ୍କ ପ୍ରତିନିଧି ଏହି ପୋଖରୀରେ ଜାଲ ଟାଣି ସମସ୍ତ ମାଛ ଧରି ନେଇଥିଲେ। ଏ ନେଇ ଖବର ଜଣାପଡିବା ପରେ ଧାମରା ଗ୍ରାମବାସୀ ଧାମରା ଥାନାରେ ସଂପୃକ୍ତ ପ୍ରତିନିଧିଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ ନିଜ ପ୍ରତିକ୍ରିୟାରେ ଜଣାଇଛନ୍ତି ଚଳିତ ବର୍ଷ ଏହା ନିଲାମ ହୋଇ ନଥିଲା. ଅଭିଯୋଗ ମୂଳେ ତଦନ୍ତ ଚାଲିଛି ,ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande