୧୫ ବର୍ଷ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୨ ଗିରଫ
ଭଦ୍ରକ, ୧୬ ଅକ୍ଟୋବର (ହି.ସ.) - ଏହି ଜିଲାର ଧାମନଗର ଥାନା ମୁସ୍ତାଫାପୁର ଗ୍ରାମ ରେ ଜଣେ ୧୫ ବର୍ଷ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଦୁଇ ଯୁବକ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ମୁସ୍ତାଫାପୁର ଗ୍ରାମର ଉମର ଅଲ୍ଲୀଙ୍କ ପୁଅ ସେକ ଜାବିର ଓ ସେକ ଲତିଫ ଙ୍କ ପୁଅ ସେକ ଟାଇଗର। ସୂଚନା
DUSKARMA ABHIJOG, 2 ARREST


ଭଦ୍ରକ, ୧୬ ଅକ୍ଟୋବର (ହି.ସ.) - ଏହି ଜିଲାର ଧାମନଗର ଥାନା ମୁସ୍ତାଫାପୁର ଗ୍ରାମ ରେ ଜଣେ ୧୫ ବର୍ଷ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଦୁଇ ଯୁବକ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ମୁସ୍ତାଫାପୁର ଗ୍ରାମର ଉମର ଅଲ୍ଲୀଙ୍କ ପୁଅ ସେକ ଜାବିର ଓ ସେକ ଲତିଫ ଙ୍କ ପୁଅ ସେକ ଟାଇଗର। ସୂଚନା ଥାଉକି ନାବାଳିକା ର ପରିବାର ଅଭିଯୋଗ ଅନୁସାରେ ଗତ ସେପ୍ଟେମ୍ବର ୨୯ ତାରିଖରେ ତାଙ୍କ ନାବାଳିକା କନ୍ୟାକୁ ଦୋବଲ ଅଂଚଳରୁ ନେଇ ଭୁବନେଶ୍ୱର, ଗୁଜୁରାଟ ଓ ଆଜମେରରେ ରଖି ଦୁଷ୍କର୍ମ କରାଯାଇଥିଲା। ପରେ ଅଭିଯୁକ୍ତମାନେ ଗତ ୬ ତାରିଖରେ ତାକୁ ଭଦ୍ରକ ଚରମ୍ପା ଷ୍ଟେସନରେ ଛାଡି ପଳାଇ ଯାଇଥିଲେ। ୧୩ ତାରିଖ ଧାମନଗର ଥାନାରେ ଅଭିଯୋଗ ମିଳିବା ପରେ କେଶ ନମ୍ବର ୩୮୭/୨୫ ରେ ମାମଲା ରୁଜୁ କରାଯାଇଥିଲା । ଥାନାଧିକାରୀ ରଞ୍ଜନ ସେଠୀଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ ନରେନ୍ଦ୍ର ରାଉତ ଗୁଜୁରାଟରୁ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ଥାନାକୁ ଆଣି ଆଜି ଉଭୟଙ୍କୁ ଡାକ୍ତରୀ ମଇନା ପରେ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣା ଧାମନଗର ଅଂଚଳରେ ଚର୍ଚ୍ଚାର ବିଷୟ ପାଲୋଟିଛି। ନାବାଳିକାକୁ ଭଦ୍ରକ ସ୍ଥିତ ଆସିୟାନାରେ ଛଡାଯାଇଛି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande