ଫିସ ମିଲ ଏବଂ ମାଛରେ ଫର୍ମାଲିନକୁ ନେଇ ଚାଲିଛି ବିବାଦ, ଚେତୁନାହାନ୍ତି ଟ୍ରଲର ମାଲିକ ଏବଂ ସୁଖୁଆ ମାଲିକ, ପ୍ରଶାସନ ହରଡ ଘଣାରେ
ଭଦ୍ରକ, ୧୬ ଅକ୍ଟୋବର (ହି.ସ.) - ଟ୍ରଲର ମାଲିକ ସଂଘ ଏବଂ ସୁଖୁଆ ଖଳାର ମାଲିକ ମାନଙ୍କ ମଧ୍ୟରେ ସମନ୍ୱୟର ଅଭାବ ପାଇଁ ହରଡଘଣାରେ ପ୍ରଶାସନ। କେତେବେଳେ ଶୁଖୁଆ ରେ କେମିକାଲ ଫର୍ମାଲିନର ବ୍ୟବହାର ହେଉଥିବା ବେଳେ ସମୁଦ୍ର ମଧ୍ୟରୁ ନଷ୍ଟ ହୋଇ ଯାଉଥିବା ମାଛକୁ ଆଣି ତାହାକୁ ସୁଖୁଆ ମାଲିକ ମାନଙ୍କୁ ବିକ୍ରି କ
FISH MILL AND FISH RE FARMALIN BIBADA


ଭଦ୍ରକ, ୧୬ ଅକ୍ଟୋବର (ହି.ସ.) - ଟ୍ରଲର ମାଲିକ ସଂଘ ଏବଂ ସୁଖୁଆ ଖଳାର ମାଲିକ ମାନଙ୍କ ମଧ୍ୟରେ ସମନ୍ୱୟର ଅଭାବ ପାଇଁ ହରଡଘଣାରେ ପ୍ରଶାସନ। କେତେବେଳେ ଶୁଖୁଆ ରେ କେମିକାଲ ଫର୍ମାଲିନର ବ୍ୟବହାର ହେଉଥିବା ବେଳେ ସମୁଦ୍ର ମଧ୍ୟରୁ ନଷ୍ଟ ହୋଇ ଯାଉଥିବା ମାଛକୁ ଆଣି ତାହାକୁ ସୁଖୁଆ ମାଲିକ ମାନଙ୍କୁ ବିକ୍ରି କରା ଯାଉଥିବା ବିବାଦ ପାଇଁ ପୁଲିସ ପ୍ରଶାସନ ଅଡୁଆରେ ପଡିଛି। ପ୍ରାପ୍ତ ଖବର ଅନୁଯାଇ ଧାମରା ମତ୍ସ୍ୟପୋତାଶ୍ରୟ ଅଧିନରେ ଥିବା ସମସ୍ତ ଟ୍ରଲର, ଗିଲେଟିନ ଏବଂ ଭୁଟୁଭୁଟି ମାଲିକ ମାନଙ୍କ ଅବଗତି ନିମନ୍ତେ ଧାମରା ଅଂଚଳରେ ଶୁଖୁଆ ଶୁଖାଇବା ଏବଂ ତତସଙ୍ଗେ ସଙ୍ଗେ ଫିସମିଲ କୁ ମଧ୍ୟ ଶୁଖାଇବା ଏବଂ ପଚାମାଛ ,ଶୁଖୁଆ ଏବଂ ଫିସମିଲରେ କୌଣସି ପରିସ୍ଥିତିରେ ଅତ୍ୟନ୍ତ ଭୟଙ୍କର କୀଟନାଶକ ଫର୍ମାଳିନ ବ୍ୟବହାର ନ କରିବା ପାଇଁ ଧାମରା ମତ୍ସ୍ୟପୋତାଶ୍ରୟ ପରିଚାଳନା କମିଟି ସମସ୍ତଙ୍କୁ ଅବଗତ କରାଇବା ପରେ ମଧ୍ୟ ସମସ୍ତ ମାଲିକ ଏହି ନିୟମକୁ କଡାକଡି ଭାବେ ପାଳନ କରୁନାହାନ୍ତି। ଫଳରେ ଧାମରା, ଚନ୍ଦନୀପାଳ, କାଳୀନାଳୀ, ବଇଁଚା ଏବଂ ବାଲିମୁଣ୍ଡା ଅଂଚଳରେ ଥିବା ଟ୍ରଲର,ଭୁଟୁଭୁଟି, ଶୁଖୁଆ ଖଳା ଏବଂ ଫିସମିଲ ମାଲିକମାନେ ଟ୍ରଲର ଏବଂ ନିଜ ଖଳାରେ ଫର୍ମାଳିନ ବ୍ୟବହାର କରୁଥିବା ନେଇ ଅଭିଯୋଗ ହୋଇଛି। ଏହି ଫର୍ମାଲିନ ମିଶ୍ରିତ ଫିସମିଲ ଏବଂ ଶୁଖୁଆ ଶୁଖାଇବା ଦ୍ୱାରା ସତେଜ ମାଛର ସୁଦ୍ଧତା ନଷ୍ଟ ହେବା ସହ ବାହାର ରାଜ୍ୟକୁ ରପ୍ତାନୀ କରାଯାଇ ପାରୁ ନାହିଁ ଫଳରେ ଏହି ଫର୍ମାଲିନ ମିଶ୍ରିତ ଶୁଖୁଆ ଏବଂ ଫିସମିଲ ନିଜ ଅଂଚଳରେ କେବଳ ବିକ୍ରି ହେଉଥିବା ଜଣାଯାଇଛି। ତୁରନ୍ତ ଏହାକୁ ବନ୍ଦ କରିବା ପାଇଁ ଧାମରା ସାମୁଦ୍ରିକ ଥାନାଧିକାରିଣୀ ସମସ୍ତ ଟ୍ରଲର , ଶୁଖୁଆ ଖଳା ମାଲିକ ମାନଙ୍କୁ ଅବଗତ କରାଇବା ପରେ ମଧ୍ୟ ସାଧାରଣ ମାଲିକ ମାନେ ସଚେତନ ହେଉନାହାନ୍ତି ଫଳରେ ଅଂଚଳରେ ଦୁର୍ଗନ୍ଧ ହେଉଛି। ତୁରନ୍ତ ଏହାକୁ ବନ୍ଦ କରିବାକୁ ଦାବୀ ହେଉଥିବା ବେଳେ ଧାମରା ମତ୍ସ୍ୟପୋତାଶ୍ରୟ ପରିଚାଳନା କର୍ତୁପକ୍ଷ ମା ଧାମରାଇ ମତ୍ସ୍ୟଜିବୀ ସଂଘ, ଶୁଭେନ୍ଦୁ ବେହେରା, ପ୍ରଦ୍ୱୀପ ପଣ୍ଡା, ଶ୍ରୀଧର ବେହେରାଙ୍କୁ ଚିଠି କରି ତୁରନ୍ତ ଏଥିପ୍ରତି ସଜାଗ ରହିବାକୁ ନିର୍ଦେଶ ମଧ୍ୟ ଦେଇଛନ୍ତି। ଚଳିତ ସପ୍ତାହରେ ଚନ୍ଦନୀପାଳ ଜେଟୀ ଠାରେ ଏହି ଫିସ ମିଲ ବାହାର ରାଜ୍ୟକୁ ରପ୍ତାନୀ ହେଉଥିବା ବେଳେ ଧାମରା ସାମୁଦ୍ରିକ ଥାନାଧିକାରୀଣି ଏହି ଫିସ ମିଲକୁ ସେଠାରେ ନଷ୍ଟ କରି ଦେବା ସହ ଆଗାମୀ ଦିନରେ ଏହାକୁ ବନ୍ଦ କରା ନଗଲେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଥିଲେ ମଧ୍ୟ ଏଥିପ୍ରତି କେହି ସଜାଗ ହେବା ପରିବର୍ତେ ଅଂଚଳରେ ଶୁଖୁଆ ଖଳା ଦିନକୁ ଦିନ ବଢି ବଢି ଚାଲିଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣ ଦାବୀ ଜଣାଇଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande