ଶିକ୍ଷାବିତ୍ ଗୌରାଙ୍ଗ ମହାକୁଡ ସ୍ମୃତି ସଭା
ଭଦ୍ରକ, ୧୬ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ସେଣ୍ଢତିରା ପଚାଂୟତ ବିଞ୍ଝା ଗ୍ରାମର ସ୍ୱର୍ଗତଃ ଗୌରାଙ୍ଗ ମହାକୁଡ ସ୍ମୃତି ସଂସଦ ପକ୍ଷରୁ ତୃତୀୟ ବାର୍ଷିକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାକୁ ଶିକ୍ଷାବିତ୍ ଜଗନ୍ନାଥ ପାତ୍ର ପୌରୋହିତ୍ୟ କରିଥିଲେ । ବିଜେପି ନେତା ତଥା ବିଶିଷ୍ଟ ନାଟ୍ୟକ
GOURANGA MOHAKUD SMRUTI SAMBARDHANA


ଭଦ୍ରକ, ୧୬ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ସେଣ୍ଢତିରା ପଚାଂୟତ ବିଞ୍ଝା ଗ୍ରାମର ସ୍ୱର୍ଗତଃ ଗୌରାଙ୍ଗ ମହାକୁଡ ସ୍ମୃତି ସଂସଦ ପକ୍ଷରୁ ତୃତୀୟ ବାର୍ଷିକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାକୁ ଶିକ୍ଷାବିତ୍ ଜଗନ୍ନାଥ ପାତ୍ର ପୌରୋହିତ୍ୟ କରିଥିଲେ । ବିଜେପି ନେତା ତଥା ବିଶିଷ୍ଟ ନାଟ୍ୟକାର ଡ.ସୁଧାଂଶୁ ଶେଖର ନାୟକ,ଶିକ୍ଷାବିତ୍ ପିତାମ୍ବର ପହି, ଭଦ୍ରକ ଜିଲ୍ଲା ଓଷ୍ଟା ସମ୍ପାଦକ ଉପେନ୍ଦ୍ର କୁମାର ବିଶ୍ୱାଳ, ଶିଶୁ ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ବାରିକ, ଶିକ୍ଷାବିତ କୃଷ୍ଣଚନ୍ଦ୍ର ପଣ୍ଡା, ପ୍ରଣୟ କୁମାର ସିଂହ, ଅବସରପ୍ରାପ୍ତ ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ପୁରୁଷୋତମ ଧଳ, ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷାବିତ୍ ଖଗେଶ୍ୱର ପଣ୍ଡା, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଅଲେଖ ଚନ୍ଦ୍ର ନାୟକ, ଶିକ୍ଷାବିତ୍ ରତ୍ନାକର ଦାସ, ନିରାକାର ଧଳ, ଘନଶ୍ୟାମ ସ୍ୱାଇଁ, ରୋହିତ କୁମାର ଜେନା, ରମାକାନ୍ତ ଜେନା, ଜଗନ୍ନାଥ ନାୟକ, ରତ୍ନାକର ବାଇ, ଗୌରାଙ୍ଗ ଖିଲାର, ସାହିତ୍ୟିକ ଚର୍ତୁଭୂଜ ପହି, ରଘୁନାଥ ସାହୁ, ପ୍ରାକ୍ତନ ଷେଣ୍ଢତିରା ସରପଚଂ ପ୍ରଶାନ୍ତ ସାମଲ, ବିଜେପିନେତା କମଳା କାନ୍ତ ସାହୁ, ସେଣ୍ଢତିରା ସରପଚଂ ପ୍ରଶାନ୍ତ କୁମାର ଦାସ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗଦେଇ ସ୍ମୃତି ଚାରଣ କରିବା ସହ ସେ ସମ୍ପୃକ୍ତ ଅଚଂଳର ଜଣେ ଆଗଧାଡିର ଶିକ୍ଷାବିତ୍ ଥିଲେ ବୋଲି କହିଥିଲେ । ଏହିଅବସରରେ ଶିକ୍ଷାବିତ୍ ପିତାମ୍ବର ପହିଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । କାଳନ୍ଦୀ ଚରଣ ଜେନା ଓ ଶ୍ରୀରାମ ସେଠୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଭାତ ମହାକୁଡ, ଆଦିତ୍ୟ ମହାକୁଡ, ସୁଶାନ୍ତ ମହାକୁଡ, ଝୁନୁବାଳା ଦାସ, ମାନସୀ ବାରିକ୍‌, ଇତିଶ୍ରୀ ବାରିକ, ସୌମ୍ୟ ଶାନ୍ତ ମହାକୁଡ, ସାଇକ୍ରିଷ୍ଣା ମହାକୁଡ, ସୁଧାଂଶୁ ମହାକୁଡ, ଚିନ୍ମୟ ବାରିକ୍ ,ତନ୍ମୟ ବାରିକ, ବିଶ୍ୱଜିତ୍ ଦାସ ସମେତ ସ୍ମୃତି କମିଟିର କର୍ମକର୍ତା ସହଯୋଗ କରିଥିଲେ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande