ଗୋବିନ୍ଦପୁର ବିଦ୍ୟାଳୟରେ ବିଶ୍ୱ ହାତ ଧୁଆ ଦିବସ
କେନ୍ଦୁଝର, ୧୬ ଅକ୍ଟୋବର (ହି.ସ.) - କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋବିନ୍ଦପୁର ଠାରେ ବିଶ୍ୱ ହାତ ଧୁଆ ଦିବସ ୨୦୨୫ ପାଳିତ ହୋଇଯାଇଛି। କେନ୍ଦୁଝରର ଜିଲା ପରିମଳ ପରାମର୍ଶଦାତା ଅସିତ କୁମାର ପାତ୍ରଙ୍କ ମାର୍ଗଦର୍ଶନରେ ର ଏହି କାର୍ଯ୍ୟକ୍ରମ ସଂଗଠିତ ହୋଇଥିଲା । କେନ
ଗୋବିନ୍ଦପୁର ବିଦ୍ୟାଳୟରେ ବିଶ୍ୱ ହାତ ଧୁଆ ଦିବସ


କେନ୍ଦୁଝର, ୧୬ ଅକ୍ଟୋବର (ହି.ସ.) - କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋବିନ୍ଦପୁର ଠାରେ ବିଶ୍ୱ ହାତ ଧୁଆ ଦିବସ ୨୦୨୫ ପାଳିତ ହୋଇଯାଇଛି। କେନ୍ଦୁଝରର ଜିଲା ପରିମଳ ପରାମର୍ଶଦାତା ଅସିତ କୁମାର ପାତ୍ରଙ୍କ ମାର୍ଗଦର୍ଶନରେ ର ଏହି କାର୍ଯ୍ୟକ୍ରମ ସଂଗଠିତ ହୋଇଥିଲା । କେନ୍ଦୁଝର ସଦର ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀ ଓଁକାର ଅନ୍ୱେଷ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ହାତ ଧୁଆ ଦିବସର ତାତ୍ପର୍ଯ୍ୟ ସଂପର୍କରେ ବୁଝାଇ ଥିଲେ। ମୁଖ୍ୟ ବକ୍ତା ଭାବେ ସଦର ବ୍ଲକ ର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧୂକାରୀ କପିଳ ଚନ୍ଦ୍ର ଦାଶ, ଅନ୍ୟତମ ଅତିଥ୍ ଗଣ ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଅହଲ୍ୟା ମହାନ୍ତ ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande