ଜେଲ୍ ନିର୍ମାଣରେ ଉପୁଜିଥିବା ସମସ୍ୟାର ସ୍ଥିତି ପରଖିଲେ ସାଂସଦ ଓ ବିଧାୟକ
ଭଦ୍ରକ, ୧୬ ଅକ୍ଟୋବର (ହି.ସ.) - ଭଦ୍ରକ ବ୍ଲକ୍ ଅନ୍ତର୍ଗତ ବହୁଦରଡା ପଂଚାୟତରେ ଗତ ଏକବର୍ଷ ଧରି ଭଦ୍ରକ ଜେଲ୍ ବିବାଦ ଘେରରେ ରହିଛି। ସ୍ଥାନୀୟ ଅଂଚଳବାସୀଙ୍କ ବିରୋଧ ଯୋଗୁଁ ଭିତିଭୂମିର ବିକାଶ ହୋଇପାରୁନାହିଁ। ଏଭଳି ସମସ୍ୟାର ସମାଧାନ ପାଇଁ ଆଜି ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର
JAIL NIRMAN SAMASYA NEI BAITHAK


ଭଦ୍ରକ, ୧୬ ଅକ୍ଟୋବର (ହି.ସ.) - ଭଦ୍ରକ ବ୍ଲକ୍ ଅନ୍ତର୍ଗତ ବହୁଦରଡା ପଂଚାୟତରେ ଗତ ଏକବର୍ଷ ଧରି ଭଦ୍ରକ ଜେଲ୍ ବିବାଦ ଘେରରେ ରହିଛି। ସ୍ଥାନୀୟ ଅଂଚଳବାସୀଙ୍କ ବିରୋଧ ଯୋଗୁଁ ଭିତିଭୂମିର ବିକାଶ ହୋଇପାରୁନାହିଁ। ଏଭଳି ସମସ୍ୟାର ସମାଧାନ ପାଇଁ ଆଜି ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ସହ ଜିଲାପାଳ ଦିଲ୍ଲୀପ ରାଉତରାଏ, ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ଓ ଜେଲ୍ କର୍ତୃପକ୍ଷ ସଂପୃକ୍ତ ଅଂଚଳକୁ ଯାଇ ସ୍ଥିତି ପରିଖିଛନ୍ତି। ସ୍ଥାନୀୟ ଲୋକଙ୍କ ସମସ୍ୟାର ସମାଧାନ ନେଇ ସଂପୃକ୍ତ ଅଂଚଳରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ବୈଠକରେ ଅଂଚଳବାସୀଙ୍କ ଦାବି ଥିବା ମୁଖ୍ୟତଃ ଚାଷଜମିକୁ ଯିବା ପାଇଁ ରାସ୍ତାର ସୁବିଧା, ଚାଷଜମିକୁ କାଡାନାଳର ଜଳସେଚନର ସୁବିଧା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହାବ୍ୟତୀତ ପଂଚାୟତବାସୀଙ୍କ ଶବଦାହ ନିମନ୍ତେ ଏକ ଶ୍ମଶାନର ବ୍ୟବସ୍ଥା ଓ ଶୌଚ ହେବା ପାଇଁ ଏକ ପୋଖରୀର ଆବଶ୍ୟକତା ଥିବା ନେଇ ଗ୍ରାମବାସୀମାନେ ବୈଠକରେ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ଏକ ସ୍ୱତନ୍ତ ବୈଠକ ଡକାଯାଇ ସମସ୍ୟା ଗୁଡିକର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ଜନ ପ୍ରତିନିଧିମାନେ ଅସନ୍ତୁଷ୍ଟ ଅଂଚଳବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଆଲୋଚନା ବୈଠକରେ ଭଦ୍ରକ ବିଜେପି ସଭାପତି ଭଗବାନ ପଣ୍ଡା ଉପସ୍ଥିତ ଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande