ଜୟପୁର, ୧୬ ଅକ୍ଟୋବର (ହି.ସ.)- କୋରାପୁଟ ଜିଲାର ଏକ ପ୍ରମୁଖ ବ୍ଲକ ହେଉଛି ଜୟପୁର ବ୍ଲକ । ସରକାରି ଯୋଜନା ସହ ବିକାଶମୁଳକ କାର୍ଯ୍ୟ ପାଇ ବ୍ଲକ କାର୍ଯ୍ୟ। ଳୟ ରହିଛି । କିନ୍ତୁ ଏହି ବ୍ଲକରେ ଅଧିକାରି ଓ କର୍ମଚାରି ଏଠି ସେଠି କାର୍ଯ୍ୟକରି ଦାୟିତ୍ୱ ତୁଲାଉଛନ୍ତି । ଯାହାକି ଅତିରିକ୍ତ ଦାୟିତ୍ୱରେ ଚାଲିଛି ଜୟପୁର ବ୍ଲକ କାଯ୍ୟାଳୟ । ଜୟପୁର ବିଡିଓ ଶକ୍ତି ମହାପାତ୍ରଙ୍କୁ ବୈପାରିଗୁଡା ବ୍ଲକର ଅତିରିକ୍ତ ଦାୟିତ୍ୱ । ଦିନେ ଜୟପୁରରେ ପର ଦିନ ବୈପାରିଗୁଡାରେ ବିଡିଓ ଦାୟିତ୍ୱ ତୁଲାଉଛନ୍ତି । ସେହିପରି ଜୟପୁର ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଙ୍କ ପଦୋନ୍ମତି ପରେ ଏଠାରେ ଆଉ ନିଯୁକ୍ତି ନାହିଁ । ବୈପାରିଗୁଡାର ସାମାଜିକ ଅଧିକାରି ଏଠାରେ ଦାୟିତ୍ୱ ତୁଲାଉଛନ୍ତି । ଯୋଗାଣ ବିଭାଗର ନିରିକ୍ଷକ ଅତିରିକ୍ତ ଦାୟିତ୍ୱ ଏଠାରେ ତୁଲାଉଛନ୍ତି । ଜିପିଓ ପଦବି ଖାଲି ପଡିଛି ପିଇଓ ଦାୟିତ୍ୱରେ ରହି ତୁଲାଉଛନ୍ତି । ସହକାରି ନିର୍ବାହୀ ଯନ୍ତ୍ରୀ ଖାଲି ପଡିଥିବା ବେଳେ ସହକାରି ଯନ୍ତ୍ରୀ କାର୍ଯ୍ୟ ତୁଲାଉଛନ୍ତି । ୧୧ ଜଣ କନିଷ୍ଠ ଯନ୍ତ୍ରୀଙ୍କ ବଦଳେ ୭ ଜଣ ରହିଥିବା ବେଳେ ୪ ଜଣ କନିଷ୍ଠ ଯନ୍ତ୍ରୀ ପଦବୀ ଖାଲି ପଡିଛି । ୨୨ଟି ପିଇଓ ବଦଳରେ ୧୩ ଜଣ ଥିବାବେଳେ୯ଟି ଖାଲି ପଡିଛି । ୨୨ଟି ଜିଆରଏସ ମଧ୍ୟରୁ ୯ ଜଣ ଥିବାବେଳେ ୧୩ଟି ପଦବି ଖାଲି ପଡିଛି । ୨୨ଟି ଏଡିଓ ମଧ୍ୟରୁ ୧୭ ଜଣ ଥିବାବେଳେ ୫ଟି ପଦବି ଖାଲି ପଡିଛି । ମୁଖ୍ୟ କିରାଣି ପଦବି ଖାଲି ପଡିଥିବା ବେଳେ କନିଷ୍ଠ କିରାଣି ଦାୟିତ୍ୱରେ ଅଛନ୍ତି । ଜୟପୁର ବ୍ଲକର ଡିବ୍ଲୁଓଙ୍କୁ କୋଟପାଡ ଡିବ୍ଲୁଓ ଦାୟିତ୍ୱରେ ଅଛନ୍ତି । ଏଠାରେ ଥିବା ଅଧିକାରିଙ୍କୁ ଅନ୍ୟ ବ୍ଲକର ଅତିରିକ୍ତ ଦାୟିତ୍ୱ ଓ ଅନ୍ୟ ବ୍ଲକର ଅଧିକାରିଙ୍କୁ ଏଠାକାର ଅତିରିକ୍ତ ଦାୟିତ୍ୱରେ ଅଧିକାରି ମାନେ ଏଠି ସେଠି ହୋଇ ଦାୟିତ୍ୱ ନିର୍ବାହ କରୁଛନ୍ତି । ଫଳରେ ବ୍ଲକ ଅଧିନରେ ଥିବା ଜନ ସାଧାରଣ, ହିତାଧିକାରି ମାନେ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିବା ଲକ୍ଷ୍ଯ କରାଯାଇଛି । ବିଡିଓଙ୍କୁ ସାକ୍ଷାତ କରିବାକୁ କେହି ହିତାଧିକାରି ଆସିଲେ ବୈପାରିଗୁଡା ଯାଇଥିବା କର୍ମଚାରି ସୂଚନା ଦେଉଛନ୍ତି । ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଙ୍କୁ ସାକ୍ଷାତ କରିବାକୁ ଆସିଲେ ଅନ୍ୟ କର୍ମଚାରି ମାନେ ସମସ୍ୟା ବୁଝୁଛନ୍ତି । ଏପରି ଭାବରେ ଜୟପୁର ବ୍ଲକ କାଯ୍ୟାଳୟରେ ଅତିରିକ୍ତ ଦାୟିତ୍ୱରେ ଚାଲିଛି ବ୍ଲକ କାଯ୍ୟାଳୟ । ତେଣୁ ଜିଲା ପ୍ରଶାସନ ଓ ସରକାର ତୁରନ୍ତ ଦୃଷ୍ଟି ଦେଇ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଅତିରିକ୍ତ ଦାୟିତ୍ୱରୁ ମୁକ୍ତ କରି ଅଧିକାରି ନିଯୁକ୍ତି କରିବାକୁ ମତ ପ୍ରକାଶ ପାଇଛି । ଏନେଇ ଜୟପୁର ବିଡିଓ ଶକ୍ତି ମହାପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ ଏଠି ସେଠି କାର୍ଯ୍ୟକାରି ଦାୟିତ୍ୱରେ ଥିଲେ ବି ବ୍ଲକ କାଯ୍ୟାଳୟ ଠିକ ସେ ଚାଲିଛି । ଲୋକଙ୍କ ସେବାରେ ଅବହେଳା କରାଯାଉ ନାହିଁ ।
ହିନ୍ଦୁସ୍ଥାନ ସମାଚାର / ପିକେପି