କେସିସି ବ୍ୟାଙ୍କ ବୋର୍ଡର ବୈଠକ
ଜୟପୁର, ୧୬ ଅକ୍ଟୋବର (ହି.ସ.)- କୋରାପୁଟ ଜିଲ୍ଲା କୋରାପୁଟ କେନ୍ଦ୍ରୀୟ ସମବାୟ (କେସିସି) ବ୍ୟାଙ୍କର ନିର୍ଦ୍ଦେଶକ ବୋର୍ଡର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଜୟପୁର ସ୍ଥିତ ବ୍ୟାଙ୍କ ପ୍ରଶାସନିକ ଭବନ ଠାରେ ଅନୁଷ୍ଠିତ ହୋଇଥିଲା । କେସିସି ବ୍ୟାଙ୍କ ସଭାପତି ଇଶ୍ବର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
କେସିସି ବ୍ୟାଙ୍କ ବୋର୍ଡର ବୈଠକ


ଜୟପୁର, ୧୬ ଅକ୍ଟୋବର (ହି.ସ.)- କୋରାପୁଟ ଜିଲ୍ଲା କୋରାପୁଟ କେନ୍ଦ୍ରୀୟ ସମବାୟ (କେସିସି) ବ୍ୟାଙ୍କର ନିର୍ଦ୍ଦେଶକ ବୋର୍ଡର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଜୟପୁର ସ୍ଥିତ ବ୍ୟାଙ୍କ ପ୍ରଶାସନିକ ଭବନ ଠାରେ ଅନୁଷ୍ଠିତ ହୋଇଥିଲା । କେସିସି ବ୍ୟାଙ୍କ ସଭାପତି ଇଶ୍ବର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ୟାଙ୍କ ଋଣଧାରୀ ମାନଙ୍କୁ ପରିଶୋଧରେ ସମସ୍ୟା ହେଉଥିବା ଯୋଗୁଁ ଏକକାଳୀନ ଋଣ ପରିଶୋଧ ନେଇ ବ୍ୟବସ୍ଥା କରିବା ନେଇ ଆଲୋଚନା ହୋଇଥିଲା । ବିଭିନ୍ନ ଆରସିଏମଏସ ଗୁଡିକର ଭବନ ନିର୍ମାଣ ଏବଂ ଚାଷୀ ମାନଙ୍କୁ କିଭଳି ସୁବିଧାରେ ଋଣ ପ୍ରଦାନ କରାଯିବା ସହ ଅନ୍ୟାନ୍ୟ ବିଷୟ ନେଇ ଆଲୋଚନା ହୋଇଥିଲା ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଦୃପତା ଭତ୍ରା, ବରିଷ୍ଠ ନିର୍ଦ୍ଦେଶକ ରମାକାନ୍ତ ରାଉଳ, ବାଙ୍ଗାଡି ତ୍ରିପତି ରାଓ, ସଙ୍ଗମିତ୍ରା ପଟ୍ଟନାୟକ, ଭୀମ ହରିଜ, ପ୍ରଭା ଜାନୀ, ଗୋପୀ ପାଙ୍ଗୀ, ସାଲିମଧର ଭତ୍ରା, ଶ୍ୟାମଲାଲ ବଞ୍ଜାରା, ଡିଆରସିଏସ ମୋନିକା ରାୟ, ସମ୍ପାଦକ ଅତ୍ୟଲ୍ୟ କୁମାର ମଲ୍ଲିକ, ଏଜିଏମ ହରିଶ୍ଚନ୍ଦ୍ର ବାଙ୍ଗାଡି ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande