କେନ୍ଦୁଝର, ୧୬ ଅକ୍ଟୋବର (ହି.ସ.) - ଆଜି ଦୀର୍ଘଦିନ ପ୍ରତୀକ୍ଷା ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ରାଜ୍ୟ ପଦାଧିକାରୀଙ୍କ ନାମ ଅନୁମୋଦନ କରିଛନ୍ତି। ରାଜ୍ୟ ସାଧାରଣ ସମ୍ପାଦକ, ଉପ ସଭାପତି, ସମ୍ପାଦକ ଆଦି ପଦପଦପିର ଘୋଷଣା କରିଛନ୍ତି ରାଜ୍ୟ ସଂଗଠନ ସଂପାଦକ ମାନସ ମହାନ୍ତି। ଏହି ପଦାଧିକାରୀ ମଧ୍ୟରେ କେନ୍ଦୁଝର ଜିଲ୍ଲାର ବରିଷ୍ଠ ବିଜେପି ନେତ୍ରୀ ମମତା ସିଂ ଙ୍କୁ ରାଜ୍ୟ ସମ୍ପାଦିକା ଦାୟିତ୍ୱ ମିଳିଛି। ଏନେଇ କେନ୍ଦୁଝର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ମମତା ସିଂ ଦୀର୍ଘଦିନ ଧରି ଜିଲ୍ଲାରେ ମହିଳା ସଭାପତି ଓ ବିଭିନ୍ନ ପଦପଦପିରେ ରହି ସୁଚାରୁ ରୁପେ ଦାୟିତ୍ୱ ନିର୍ବାହ କରି ଆସୁଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA