ଭଦ୍ରକ, ୧୬ ଅକ୍ଟୋବର (ହି.ସ.) - ଦୃଢ ଇଚ୍ଛା ଶକ୍ତି ହିଁ ସଫଳତାର ମାପକାଠି, ଜୀବନରେ ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ମଣିଷ ତାର ଲକ୍ଷ୍ୟ ପଥରେ ଅଗେଇ ଯାଇଥାଏ ଯାହାର ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଆଗରପଡା ଅର୍ନ୍ତର୍ଗତ ଚକ୍ରାପାଢି ଗ୍ରାମର ପିତା ରବିନାରାୟଣ ବେହେରା ମାତା ରେବତୀ ବେହେରା ଏକମାତ୍ର କନ୍ୟା ଫଟୋଚିତ୍ର ଶିଳ୍ପୀ ନମିତା ବେହେରାଙ୍କ କ୍ଷେତ୍ରରେ । ଆଗରପଡା ପରି ଏ୍ୟୌତିହାସିକ ମାଟିର ଅନ୍ୟତମ ମହକ ଶୁଶ୍ରୀ ନମିତାଙ୍କୁ ଦିଆଯାଇଥିବା ସମ୍ବର୍ଦ୍ଧନା ସଭାରେ ଅତିଥି ମାନେ ତାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି । ନିକଟରେ ନମିତା ଇଟଂର ନ୍ୟାସନାଲ୍ ବୁକ୍ ଅଫ୍ ୱାରର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିବାରୁ ଆଜି ବି.ଟି ପୁର ପଚାଂୟତସ୍ଥ ସଭାଗୃହରେ ସ୍ୱତନ୍ତ୍ର ଭାବେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହଙ୍କ ଆବାହକତ୍ୱରେ ସରପଚଂ ସୁଭଦ୍ରା ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଶ୍ରୀ ନମିତା ମଧ୍ୟବିତ ପରିବାରରେ ଜନ୍ମଗ୍ରହଣ କରି ଭଦ୍ରକ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଶିକ୍ଷା ସମାପ୍ତ ପରେ ସ୍ୱହସ୍ତରେ ଚିତ୍ର ଆଙ୍କି ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟପାଳ ହରିବାବୁ କମ୍ବୁମ୍ ପଟ୍ଟି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖଙ୍କୁ ପ୍ରଦାନ କରିବା ବାସ୍ତବିକ୍ ଏ ମାଟିକୁ ଗୌରବାନ୍ୱିତ କରିଛି ବୋଲି ସେ କହିଥିଲେ । ଅନ୍ୟତମ ଅତିଥି ବରିଷ୍ଠ ନାଗରିକ ସୁରକ୍ଷା ମଚଂର ସଭାପତି କୈଳାସ ଚନ୍ଦ୍ର ଧଳ, ସହ-ସମ୍ପାଦକ ଗୋଲକ ପୃଷ୍ଟି, ଶିକ୍ଷାବିତ୍ ଉପେନ୍ଦ୍ରନାଥ ଶତପଥି, ଲକ୍ଷ୍ମୀଧର ସ୍ୱାଇଁ, ଯୁବ ସମାଜସେବୀ ଅନିରୁଦ୍ଧ ସିଂହ, କ୍ରାକ୍ କମ୍ପ୍ୟୁଟର ଅଧ୍ୟକ୍ଷ ତପନ କୁମାର ପୃଷ୍ଟି ପ୍ରମୁଖ ନମିତାଙ୍କ ପ୍ରତିଭା ଉପରେ ଆଲୋକପାତ କରି ସେ କିପରି ଜୀବନର ଲକ୍ଷ୍ୟ ପଥରେ ଅଗ୍ରସର ହେବା ସହ ପାହାଚ ପରେ ପାହାଚ ଚଢି ଚାଲିଛନ୍ତି ସେ ନେଇ ମତ ରଖିଥିଲେ । ଏହି ଅବସରରେ ଇଟଂର ନ୍ୟାସନାଲ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିବା ଶୁଶ୍ରୀ ନମିତାଙ୍କ ମେଡାଲ୍, ପ୍ରମାଣପତ୍ର, ଉପକରଣ ପ୍ରଦର୍ଶନ ପୂର୍ବକ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରକାଶଯେ ଚିତ୍ରଶିଳ୍ପୀ ନମିତା ୫ ଶହରୁ ଉର୍ଦ୍ଧ ବିଶିଷ୍ଟ ବ୍ୟକ୍ତିଙ୍କୁ ସ୍ୱହସ୍ତରେ ଚିତ୍ର ଆଙ୍କି ପ୍ରଦାନ କରିବା ପରେ ପ୍ରଥମେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ, ପରେ ଜାତୀୟ ସ୍ତରରେ ବିଦ୍ୟାରତ୍ନ ପୁରସ୍କାର ଓ ଏବେ ସେ ଇଟଂର ନ୍ୟାସନାଲ୍ ବୁକ୍ ଅଫ୍ ୱାରର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି । ଭବିଷ୍ୟତରେ ସେ ଗିର୍ନିଜ୍ ବୁକ୍ ଅଫ୍ ରେକର୍ଡ ପାଇଁ କାର୍ଯ୍ୟ ଜାରି ରଖିବେ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ