ରୟତି ଜାଗାରେ ରାସ୍ତା ନିର୍ମାଣ ଅଭିଯୋଗ, ଅଭିଯୋଗ ପତ୍ର ରଖିଲେ ନାହିଁ ବିଡ଼ିଓ
ମୁଖୀଗୁଡା, ୧୬ ଅକ୍ଟୋବର (ହି.ସ.)- ରୟତି ଜମିରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ରାସ୍ତା ନିର୍ମାଣ କରାଯାଉଥିବାରୁ ମେଟ ଏବଂ ଜିଆରଏସ ନଶୁଣିବାରୁ ଜୟପାଟଣା ବିଡ଼ିଓଙ୍କ ନିକଟକୁ ଅଭିଯୋଗ ନେଇଯାଇଥିଲେ l ହେଲେ ବିଡ଼ିଓ ମଧ୍ୟ ଅଭିଯୋଗ ନରଖି ଫେରାଇଦେବା ପରେ ଅସହାୟ
Nregs


Nregs road


ମୁଖୀଗୁଡା, ୧୬ ଅକ୍ଟୋବର (ହି.ସ.)- ରୟତି ଜମିରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ରାସ୍ତା ନିର୍ମାଣ କରାଯାଉଥିବାରୁ ମେଟ ଏବଂ ଜିଆରଏସ ନଶୁଣିବାରୁ ଜୟପାଟଣା ବିଡ଼ିଓଙ୍କ ନିକଟକୁ ଅଭିଯୋଗ ନେଇଯାଇଥିଲେ l ହେଲେ ବିଡ଼ିଓ ମଧ୍ୟ ଅଭିଯୋଗ ନରଖି ଫେରାଇଦେବା ପରେ ଅସହାୟ ହୋଇପଡିଛନ୍ତି ଜୟସିଂ ରାଉତ ।ଅଭିଯୋଗରୁ ପ୍ରକାଶ ଯେ, ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ନଅ ଲକ୍ଷ ପଞ୍ଚାନବେ ହଜାର ଟଙ୍କା ବ୍ୟୟ ଅଟକଳରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଚିର୍କା ପ୍ରଧାନମନ୍ତ୍ରୀ ସଡକ ଠାରୁ ଖାଜନ୍ତିବନ୍ଧ ରାସ୍ତା ଉନ୍ନତିକାରଣ କାମ କରାଯାଉଛି । ଜୟପାଟଣାର ଜୟସିଂ ରାଉତଙ୍କ ପିତାଙ୍କ ନାମରେ ଥିବା ଜମିରେ ଧାନ ଚାଷ ହୋଇଥିବା ସମୟରେ ଜୋର ଜବରଦସ୍ତ ଜେସିବି ଲଗାଇ ଖୋଲି ଦେଇ ମୋରମ ପକାଇ ଦିଆଯାଇଛି । ବ୍ୟକ୍ତିଗତ ଜାଗାରେ କାହିଁକି କାମ କରାଯାଉଛି ବୋଲି ଜିଆରଏସ ଏବଂ ମେଟଙ୍କୁ ଅଭିଯୋଗ କରିଥିଲେ ସେମାନେ ନଶୁଣିବାରୁ ବୁଧବାର ଜୟସିଂ ଜୟପାଟଣା ବିଡ଼ିଓଙ୍କ ପାଖଙ୍କୁ ଲିଖିତ ଅଭିଯୋଗ ନେଇ ଯାଇଥିଲେ ହେଲେ ବିଡ଼ିଓ ତାଙ୍କ ଅଭିଯୋଗ ପତ୍ର ରଖିନଥିବାରୁ ନିରାଶରେ ଫେରିଥିଲେ । ଏହି କାମରେ ଶ୍ରମିକ ବଦଳରେ ମେସିନର ବ୍ୟବହାର କରାଯାଇଛି । କେବଳ ଶ୍ରମିକଙ୍କୁ ୫୦ ଟଙ୍କା ଦେଇ ଫଟୋ ଅପଲୋଡ଼ କରାଯାଉଥିବା ବେଳେ ବ୍ୟକ୍ତିଗତ ଜାଗାରେ ଜମି ମାଲିକଙ୍କ ସହମତି ବିନା କାମ କରାଯାଉଥିବାରୁ ଏହାର ଏକ ତଦନ୍ତ କରାଯିବା ପାଇଁ ଜୟସିଂ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏନେଇ ଜୟପାଟଣା ବିଡ଼ିଓଙ୍କୁ ଯୋଗାଯୋଗ କରାଯାଇଥିଲା ହେଲେ ସେ ଫୋନ ଉଠାଇ ନଥିଲେ ।

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande