ଓଡ଼ିଶା ରାଜ୍ୟ ସମବାୟ ନୀତି ୨୦୨୫ ସମ୍ପର୍କିତ ଆଂଚଳିକ କର୍ମଶାଳା
ସମ୍ବଲପୁର, ୧୬ ଅକ୍ଟୋବର (ହି.ସ.) - ଆଜି ପୂର୍ବାହ୍ନରେ ସମ୍ବଲପୁର ସମବାୟ ବିଭାଗ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ସମବାୟ ନୀତି ୨୦୨୫ ଉପଲକ୍ଷେ ଏକ ଆଂଚଳିକ କର୍ମଶାଳା ରିଭର ଇନ୍ ରିସୋର୍ଟ ଠାରେ ଅନୁଷ୍ଠିତ ହୋଇଯାଇଛି। କୋ-ଅପରେଟିଭ୍ ବିଲ୍ଡ ଏ ବେଟର ୱାର୍ଲ୍ଡ ଶୀର୍ଷକରେ ଆଧାରିତ ଏହି କର୍ମଶାଳାରେ ସମ୍ବଲପୁର
ଓଡ଼ିଶା ରାଜ୍ୟ ସମବାୟ ନୀତି  ୨୦୨୫ ସମ୍ପର୍କିତ ଆଞ୍ଚଳିକ କର୍ମଶାଳା


ଓଡ଼ିଶା ରାଜ୍ୟ ସମବାୟ ନୀତି  ୨୦୨୫ ସମ୍ପର୍କିତ ଆଞ୍ଚଳିକ କର୍ମଶାଳା


ଓଡ଼ିଶା ରାଜ୍ୟ ସମବାୟ ନୀତି  ୨୦୨୫ ସମ୍ପର୍କିତ ଆଞ୍ଚଳିକ କର୍ମଶାଳା


ସମ୍ବଲପୁର, ୧୬ ଅକ୍ଟୋବର (ହି.ସ.) - ଆଜି ପୂର୍ବାହ୍ନରେ ସମ୍ବଲପୁର ସମବାୟ ବିଭାଗ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ସମବାୟ ନୀତି ୨୦୨୫ ଉପଲକ୍ଷେ ଏକ ଆଂଚଳିକ କର୍ମଶାଳା ରିଭର ଇନ୍ ରିସୋର୍ଟ ଠାରେ ଅନୁଷ୍ଠିତ ହୋଇଯାଇଛି। କୋ-ଅପରେଟିଭ୍ ବିଲ୍ଡ ଏ ବେଟର ୱାର୍ଲ୍ଡ ଶୀର୍ଷକରେ ଆଧାରିତ ଏହି କର୍ମଶାଳାରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳୀରାମ ବୋନ୍ଦର, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିନିଧି ଚନ୍ଦ୍ରଶେଖର ପଣ୍ଡା, ରାଜ୍ୟ ଗ୍ରାମ୍ୟ ଉନ୍ନୟନ,ପଂଚାୟତି ରାଜ୍ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକଙ୍କ ପ୍ରତିନିଧି ବିଭୁତି କଲ୍ୟାଣ, ମେମ୍ବର ଡ୍ରାଫ୍ଟିଂ କମିଟି ସଦସ୍ୟ ଜଗ୍ନେଶ୍ୱର୍ ବାବୁ, ଅବସରପ୍ରାପ୍ତ ପ୍ରଫେସର ହରେକୃଷ୍ଣ ମିଶ୍ର , ଅବସରପ୍ରାପ୍ତ ଦେବଗଡ ଡିଆରସିସି ଗୋପବନ୍ଧୁ ଶଥପତି, ଭୀମସେନ ସାହୁ ପ୍ରମୁଖ ମଂଚାସୀନ ଥିଲେ। ଜିଲ୍ଲାପାଳ ଶ୍ରୀ ବୋନ୍ଦର ନିଜ ବ୍ୟକ୍ତବରେ ସମବାୟ ଅଭିକଳ୍ପନା ଓ ନୀତି ସଂସ୍କାର ଉପରେ ମତାମତ ରଖିଥିଲେ। ସେ କହିଥିଲେ ଯେ ସମବାୟ ସଂସ୍ଥାମାନେ ଗ୍ରାମୀଣ ଅର୍ଥନୀତି ଓ ସାମାଜିକ ଉନ୍ନତିର ଏକ ମୁଖ୍ୟ ଅଭିନ୍ନ ଅଂଶ, ସେଥିପାଇଁ ସମବାୟ ସଂସ୍ଥା ମାନଙ୍କୁ ଅଧିକ ସକ୍ରିୟ ଓ ସ୍ୱୟଂସମର୍ଥ ହେବା ପାଇଁ ସମୟୋପଯୁକ୍ତ କ୍ଷମତା ଗଠନ ଆବଶ୍ୟକ। ସେମାନଙ୍କୁ ଭଲ କାମ କରିବାପାଇଁ ସେମାନଙ୍କୁ ପ୍ରୋତ୍ସାହନ ଦେବା ଆବଶ୍ୟକ କେବଳ ସେତିକି ନୁହେଁ ସମବାୟ ଅଭିକଳ୍ପନାରେ ଆନ୍ତର୍ଜାତୀୟ ସହଭାଗିତା ଓ ଗ୍ଲୋବାଲ୍ ଲିଙ୍କେଜ୍ ର ମଧ୍ୟ ଆବଶ୍ୟକତା ଅଛି ବୋଲି କହିଥିଲେ। ସେ କହିଥିଲେ ଯେ ଓଡିଶାର ସ୍ୱଦେଶୀ ଉତ୍ପାଦନ ସମୂହ ପାଇଁ ଦିଅଇ ଜୋଗ୍ରାଫିକାଲ ଇଣ୍ଡିକେଶନ ଟ୍ୟାଗ୍ ମିଳିଲେ ସେଗୁଡ଼ିକ ଅନ୍ତର୍ଜାତୀୟ ବଜାରରେ ପରିଚିତ ହୋଇପାରିବ ଓ ଉତ୍ପାଦକମାନଙ୍କ ଆୟ ବୃଦ୍ଧି ପାଇବ । ଯାହା ପାଇଁ ସ୍ୱଦେଶୀ ଉତ୍ପାଦନର ଡିଜିଟାଲାଇଜେସନ୍ ମାଧ୍ୟମରେ ବିପଣନୀକରଣ ବିକାଶ କରାଇବାର ଆବଶ୍ୟକତା ଅଛି । ସେ ମହିଳା ସଶକ୍ତିକରଣର ପାଇଁ ସମବାୟ ସଂସ୍ଥାମାନରେ ଅଧିକ ସଂଖ୍ୟାରେ ମହିଳା ଅଂଶଗ୍ରହଣ ନିଶ୍ଚିତ କରିବାକୁ ପ୍ରୋତ୍ସାହନ ଦେଇଥିଲେ । ସୂଚନା ଅନୁଯାୟୀ ୨୪.୦୭.୨୦୨୫ରେ ପ୍ରକାଶ ପାଇଥିବା ଜାତୀୟ ସମବାୟ ନୀତି-୨୦୨୫ ଉପରେ ଆଧାରିତ ଓଡ଼ିଶା ରାଜ୍ୟ ସମବାୟ ନୀତି-୨୦୨୫, ବିକଶିତ ଓଡ଼ିଶା ଭିଜନ-୨୦୩୬ ସହିତ ବିକଶିତ ଭାରତ - ୨୦୪୭ ଜାତୀୟ ଆକାଂକ୍ଷାରେ ରେ ଅବଦାନ ଦେବାର ଲକ୍ଷ୍ୟ ରଖିଛି। ସମବାୟ ଭିଭିକ ବ୍ୟବସାୟକୁ ସରଳ କରିବା ପାଇଁ ଉତମ ଶାସନ ବ୍ୟବସ୍ଥା କରିବା ଏବଂ ସମର୍ଥନ ବ୍ୟବସ୍ଥା କରିବା, ନୂତନ ପିଢ଼ିର ସମବାୟ ପ୍ରତିଷ୍ଠାନ ଗଠନ ଏବଂ ଦୃଢ଼ ନେଟୱାର୍କ ସହିତ ସମବାୟ ପ୍ରତିଷ୍ଠାନର ଅଭିବୃଦ୍ଧି, ଭବିଷ୍ୟତ ପାଇଁ ପ୍ରସ୍ତୁତ ଏବଂ ସ୍ପନ୍ଦନଶୀଳ କରିବା ପାଇଁ ସମସ୍ତ ସ୍ତରରେ ସମବାୟ ପ୍ରତିଷ୍ଠାନକୁ ସୁଦୃଢ଼ କରିବା, ମାନବ ସମ୍ବଳ ସମ୍ବଳ ଏବଂ ସଦସ୍ୟଙ୍କ ଦକ୍ଷତାରେ ନିରନ୍ତର ଉନ୍ନତି କରିବା , ବୃଦ୍ଧିଗତ ଦକ୍ଷତାକୁ ପ୍ରୋତ୍ସାହନ ଏବଂ ସମବାୟକୁ ରୂପାନ୍ତରିତ କରିବା, ଯୁବପିଢ଼ି ଏବଂ ମହିଳାମାନଙ୍କୁ ଉଦ୍ୟୋଗୀ ମନୋଭାବ ସହିତ ଏହି କ୍ଷେତ୍ରରେ ଯୋଗଦାନ କରିବାକୁ ପ୍ରେରଣା ଦେବା, ସମସ୍ତ ଅଂଶୀଦାରଙ୍କ ମଧ୍ୟରେ ସକ୍ରିୟ ସମବାୟ ଆନ୍ଦୋଳନକୁ ପ୍ରୋତ୍ସାହିତ କରିବା ଆଦି ଚିଠା ନୀତିର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଥିଲା। କର୍ମଶାଳାରେ ରାଜ୍ୟ ସମବାୟ ନୀତି–ନୂତନ ନୀତି ର ଲକ୍ଷ ଓ ସମବାୟ ସଂସ୍ଥାଗୁଡ଼ିକର ଅଗ୍ରଗତି ସମ୍ବନ୍ଧରେ ଆଲୋଚନା ହୋଇଥିଲା ଓ ଉପସ୍ଥିତ ସଦସ୍ୟମାନଙ୍କ ମତାମତ ଓ ପ୍ରସ୍ତାବ ଗ୍ରହଣ କରାଗଲା । ବିଭିନ୍ନ ସମବାୟ ସଂସ୍ଥାର ପ୍ରତିନିଧି, ସରକାରୀ ଅଧିକାରୀ, ସମବାୟ ସଂସ୍ଥା ଅଧିକାରୀ ଓ ବିଭିନ୍ନ ଜିଲ୍ଲାର ସହଭାଗୀମାନେ ଓ ସମ୍ବନ୍ଧିତ ବିଶେଷଜ୍ଞମାନେ ଏହି କର୍ମଶାଳାରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ଶ୍ରୀ ଯୁଗଳ କିଶୋର ଦାସ, ଉପ–ସମବାୟ ଅଂଚଳୀୟ ନିୟନ୍ତ୍ରକ, ବରଗଡ଼, ଧନ୍ୟବାଦ ପ୍ରଦାନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande