ଜୟପୁରରେ ଚାଲିଛି ଦେଶି ଚୋରା ବନ୍ଧୁକ କାରବାର ବିହାରରୁ ଆସୁଛି ବନ୍ଧୁକ,ଗଞ୍ଜେଇ ଚଲାଣ ଲାଗି ବଢୁଛି ବ୍ୟବସାୟ ଅପରାଧୀଙ୍କ ଆଡ୍ଡା ଉପରେ ହେବ ଚଢଉ : ଏସପି
ଜୟପୁର, ୧୬ ଅକ୍ଟୋବର (ହି.ସ.) - ଦେଶୀ ଠାରୁ ଆରମ୍ଭ କରି ବେଦେଶୀ ଯାଏ। ଅବିକଳ ଭାବେ ନିର୍ଦ୍ଧିଷ୍ଟ କେତୋଟି କମ୍ପାନୀର ମାଉଜର ଜୟପୁର, କୋରାପୁଟ, ଲମତାପୁଟ, ସୁନେବେଡା, ନାରାୟଣପାଟଣା, ଲକ୍ଷ୍ମୀପୁର,ବନ୍ଧୁଗାଁ, ବୋରିଗୁମ୍ମା ଓ ବୈପାରିଗୁଡା ଅଂଚଳରେ ମିଳୁଥିବା ଜଣାପଡିଛି। ଜୟପୁରରେ ଗତକାଲି କୋରାପୁଟ୍
ଜୟପୁରରେ ଚାଲିଛି ଦେଶି ଚୋରା ବନ୍ଧୁକ କାରବାର ବିହାରରୁ ଆସୁଛି ବନ୍ଧୁକ,ଗଞ୍ଜେଇ ଚଲାଣ ଲାଗି ବଢୁଛି ବ୍ୟବସାୟ ଅପରାଧୀଙ୍କ ଆଡ୍ଡା ଉପରେ ହେବ ଚଢଉ : ଏସପି


ଜୟପୁର, ୧୬ ଅକ୍ଟୋବର (ହି.ସ.) - ଦେଶୀ ଠାରୁ ଆରମ୍ଭ କରି ବେଦେଶୀ ଯାଏ। ଅବିକଳ ଭାବେ ନିର୍ଦ୍ଧିଷ୍ଟ କେତୋଟି କମ୍ପାନୀର ମାଉଜର ଜୟପୁର, କୋରାପୁଟ, ଲମତାପୁଟ, ସୁନେବେଡା, ନାରାୟଣପାଟଣା, ଲକ୍ଷ୍ମୀପୁର,ବନ୍ଧୁଗାଁ, ବୋରିଗୁମ୍ମା ଓ ବୈପାରିଗୁଡା ଅଂଚଳରେ ମିଳୁଥିବା ଜଣାପଡିଛି। ଜୟପୁରରେ ଗତକାଲି କୋରାପୁଟ୍ ଏସପି ରୋହିତ ବର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରି କହିଥିଲେ କି ପାଡୁଆ ଅଂଚଳର ଗଞ୍ଜେଇ ଚୋରାଚଲାଣ କାରି ମାନଙ୍କ ଠାରୁ ଯେଉଁ ବନ୍ଧୁକ ଧରା ପଡିଛି ତାହା ଦେଶୀ ବନ୍ଧୁକ ଅଟେ। କେବଳ ସେଥିରେ ଚାଇନା ଓ ୟୁଏସଏ ର କେବଳ ଲେବେଲ ଲାଗିଛି। ବିଶେଷ କରି ଗଞ୍ଜେଇ ଚୋରା ଚାଲାଣ ଯୋଗୁଁ ଏହାର ବ୍ୟବସାୟ ଦିନକୁ ଦିନ ବଢିବାରେ ଲାଗିଛି। ଯାହାକୁ ନେଇ ବ୍ୟବସାୟୀ ମଧ୍ୟ ଅଧିକରୁ ଅଧିକ ସକ୍ରିୟ ହେବାରେ ଲାଗିଛନ୍ତି। ଏପରିସ୍ଥଳେ ବେଆଇନ ଅସ୍ତ୍ରଶସ୍ତ୍ର ରଖୁଥିବା ଅପରାଧୀ ଓ ସେମାନଙ୍କ ଆଡ୍ଡା ଉପରେ ଚଢଉ କରାଯିବ ବୋଲି ଏସ୍‌?ପି ରୋହିତ ବର୍ମା ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲା ଅଂଚଳରେ ଏହା କେବଳ ହାଉଯାଉ ହେଉଛି ତାହା ନୁହଁ ଲୋକେ ଏହାକୁ କିଣି ରଖୁଛନ୍ତି। କିଏ ସୌଖୀନ ପାଇଁ ତ କିଏ ସୁରକ୍ଷା ପାଇଁ ଏହାକୁ ରଖୁଛନ୍ତି। ଫଳରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ସମୟ ଥିଲା ଆଗରୁ କେବଳ ପୁଲିସ ଅଂଟାରେ ଦେଖିବାକୁ ମିଳୁଥିଲା କିନ୍ତୁ ବର୍ତମାନ ତାହା ପ୍ରତ୍ୟେକ ବ୍ଲକର ଅପରାଧିଙ୍କ ନିକଟରେ ଥିବା ଦେଖିବାକୁ ମିଳୁଛି। ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି କାରଣରୁ ଉକ୍ତ ଅଂଚଳଗୁଡିକରେ ମାଡି ଗଲାଣି ଦେଶୀ ଓ ବିଦେଶୀ ବନ୍ଧୁକର ବିକ୍ରିର କାୟା। ବନ୍ଧୁକ ସହ ଗୁଳି ମଧ୍ୟ ଅତି ସହଜରେ ଉପଲବ୍ଧ ହୋଇଯାଉଛି। ଗତ କିଛି ଦିନ ପୂର୍ବେ ସ୍ଥାନୀୟ ଜ୍ୟୋତି ମିଲ ନିକଟରେ ଏକ ବ୍ୟବସାୟୀକୁ ଗୁଳିଫୁଟାଇ ଆକ୍ରମଣ କରାଯାଇଥିଲା। ସେହିପରି ଜଣେ ବ୍ୟବସାୟୀଙ୍କ ମୁଣ୍‌ତରେ ବନ୍ଧୁକ ଲଗାଇ କିଛି ଲୁଟେରା ଟଙ୍କା ସୁନା ଲୁଟି ନେଇଥିଲେ। ଯେଉଁ ଗୁଳି ଓ ଖୋକାକୁ ତୁଳନା କଲେ କିଛି ନିର୍ଦ୍ଧିଷ୍ଟ ବର୍ଗର ଲୋକ ଅବିକଳ ଗୁଳି ଉପକଣ୍ଠ ଅଂଚଳରେ ତିଆରି କରୁଥିବା ଜଣାପଡିଛି। ଏଥିସହ ବନ୍ଧୁକ ବ୍ୟବସାୟୀ ମଧ୍ୟ କୋରାପୁଟ ଓ ଜୟପୁରରେ ଆଡ୍ଡା ଜମାଇ କାରବାର ଚଳାଇଛନ୍ତି। ମାତ୍ର କେଇ ହଜାର ଟଙ୍କାରେ ମିଳୁଛି ୬ ରାଉଣ୍ଡ ଚାଲୁଥିବା ୭ଏମଏମ ପିସ୍ତଲ ଓ ଗୋଟିଏ ରାଉଣ୍‌ତ ଚାଲୁଥିବା ଦେଶୀ ବନ୍ଧୁକ। ଏହି ବନ୍ଧୁକ ଗୁଡିକ ଜର୍ମାନ, ଫ୍ରାନ୍ସ, ସ୍ୱିଜରଲାଣ୍ଡ, ଇଂଲଣ୍ଡର ଖ୍ୟାତନାମା କମ୍ପାନିର ଉତ୍ପାଦର ଅବିକଳ ନକଲ ଭଳି ପ୍ରତୀୟମାନ ହେଉଛି। ଏହି ମାଉଜର ବିହାର, ଉତରପ୍ରଦେଶ, ଝାଡଖଣ୍‌ତ ଓ ଛତିଶଗଡରୁ ଓଡିଶାକୁ ଆସୁଥିବା ଜଣାପଡିଛି। ଜୟପୁର, କୋରାପୁଟ ଲମତାପୁଟ, ମାଲକାନଗିରି ଓ ଦୁର୍ଗମ ଅଂଚଳରେ ତିଆରି ହୋଇ ବଜାରକୁ ଆସୁଥିବା ମଧ୍ୟ ଜଣାପଡିଛି। ପ୍ରସ୍ତୁତ ପରେ ବ୍ୟବସାୟ ପାଇଁ ଜୟପୁର ଓ କୋରାପୁଟର କିଛି ନିର୍ଦ୍ଧିଷ୍ଟ ଅଂଚଳରେ ଯୁବଗୋଷ୍ଠୀଙ୍କୁ ନିୟୋଜିତ କରାଯାଉଛି। ସେମାନେ ମାତ୍ର କେଇ ହଜାର ଟଙ୍କାରେ ବନ୍ଧୁକ ଓ ଗୁଳି ଆଣି ଏହିଠାରେ ୩୦ ରୁ ୪୦ ହଜାର ଟଙ୍କାରେ ବିକ୍ରି କରୁଥିବା ଜଣା ପଡିଛି। ଦୁର୍ବୁତ ବନ୍ଧୁକ ବ୍ୟବହାର କରି ଲୁଟ, ରାହାଜାନୀ ଓ ଡକାୟତୀ କରୁଥିବା ନଜୀର ରହିଛି। ପୁଲିସର ଜାଣତରେ କୋରାପୁଟ, ଜୟପୁର ଲମତାପୁଟ ବୋରିଗୁମ୍ମା ଓ ବେ?ପାରିଗୁଡାରେ ନିର୍ଦ୍ଧିଷ୍ଟ କେତେ ଗାଁରେ ବେଧଡକ ତିଆରି ଚାଲିଥିବା କୁହାଯାଉଛି। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କିଛି ଦିନ ହେବ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ଯୋଗୁଁ ସୁରକ୍ଷା ପାଇଁ ଏହାର ବ୍ୟବସାୟ ବେଶୀ ବୃଦ୍ଧି ପାଇଛି। ଏପରିକି ପଡୋଶୀ ଜିଲ୍ଲାରୁ ଏହି ବନ୍ଧୁକ ମାତ୍ର କିଛି ଟଙ୍କାରେ ଆସୁଥିବା ବେଳେ ଏଠାରେ ତାହା ୩୦ରୁ ୪୦ ହଜାର ଟଙ୍କାରେ ବିକ୍ରି କରାଯାଉଛି। ତେବେ ଜୟପୁର ଓ କୋରାପୁଟରେ ପଡୋଶୀ ରାଜ୍ୟରୁ ବିଭିନ୍ନ ପରିବାଗାଡି ସହ ମଦ ଆସୁଥିବାବେଳେ ଏଥିରେ ଏହି ବନ୍ଧୁକ ଆସୁଥିବା ମଧ୍ୟ ଜଣାପଡିଛି। ଏନେଇ ଏସଡିପିଓ ପାର୍ଥ କଶ୍ୟପ କହିଛନ୍ତି ଅସାମାଜିକ କାର୍ଯ୍ୟକଳାପ ଉପରେ ସବୁବେଳେ ପୁଲିସର ନଜର ରହିଛି। ବେଆଇନ ଅସ୍ତ୍ରଶସ୍ତ୍ର ରଖୁଥିବା ଅପରାଧୀ ଓ ସେମାନଙ୍କ ଆଡ୍ଡା ଉପରେ ମଧ୍ୟ ଚଢାଉ କରାଯିବ। ଏବପ୍ସ ଜୟପୁର ଓ କୋରାପୁଟ ଜିଲ୍ଲାକୁ କ୍ରିମିନାଲ ମୁକ୍ତ କରିବା ପାଇଁ ପ୍ରୟାସ କରାଯିବ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande