ପୋଖରୀରେ ବୁଡି ଦୁଇ ନାବାଳକ ମୃତ
ବାରିପଦା, ୧୬ ଅକ୍ଟୋବର(ହି.ସ.) – ପୋଖରୀରେ ବୁଡ଼ି ଦୁଇ ନିଷ୍ପାପ ନାବାଳକ ସଲିଲ ସମାଧି ନେଇଛନ୍ତି। ଏପରି ଏକ ଦୁଃଖଦ ଘଟଣା ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅନ୍ତର୍ଗତ ଚାଡରିପାହାଡି ଗ୍ରାମରେ ଘଟିଯାଇଛି। ସୂଚନା ଅନୁଯାୟୀ, ଚାଡରିପାହାଡି ଗ୍ରାମର ଦାଶରଥି ହାଁସଦାଙ୍କ ୯ ବର୍ଷର ପୁଅ ସାକ
ପୋଖରୀରେ ବୁଡି ଦୁଇ ନାବାଳକ ମୃତ


ବାରିପଦା, ୧୬ ଅକ୍ଟୋବର(ହି.ସ.) – ପୋଖରୀରେ ବୁଡ଼ି ଦୁଇ ନିଷ୍ପାପ ନାବାଳକ ସଲିଲ ସମାଧି ନେଇଛନ୍ତି। ଏପରି ଏକ ଦୁଃଖଦ ଘଟଣା ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅନ୍ତର୍ଗତ ଚାଡରିପାହାଡି ଗ୍ରାମରେ ଘଟିଯାଇଛି। ସୂଚନା ଅନୁଯାୟୀ, ଚାଡରିପାହାଡି ଗ୍ରାମର ଦାଶରଥି ହାଁସଦାଙ୍କ ୯ ବର୍ଷର ପୁଅ ସାକିଲା ସିଂ ହାଁସଦା ଓ ମୁନିରାମ ମୁର୍ମୁଙ୍କ ୮ବର୍ଷର ପୁଅ ସୁବୋଧ ମୁର୍ମୁ ଗୁରୁବାର ସକାଳ ପ୍ରାୟ ୯ ସମୟରେ ସାଙ୍ଗ ହୋଇ ପରିବାର ଲୋକଙ୍କୁ ଜଣାଇ ଘର ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଦୁହେଁ ଘରକୁ ଆସିବାରୁ ବିଳମ୍ବ ହେବାରୁ ପରିବାର ଲୋକେ ନିକଟସ୍ଥ ପୋଖରୀକୁ ଯାଇ ଦେଖିଥିଲେ। ସେଠାରେ ଜଣେ ଭାସମାନ ଅବସ୍ଥାରେ ଥିବାବେଳେ ତାକୁ ପରିବାର ଲୋକେ ଉଦ୍ଧାର କରିଥିଲେ। ତେବେ ଅନ୍ୟ ବାଳକକୁ ଦେଖିବାକୁ ପାଇ ନ ଥିଲେ ପରିବାର ଲୋକେ। ତୁରନ୍ତ ଏ ସମ୍ପର୍କରେ ନିକଟସ୍ଥ ଅଗ୍ନିଶମ ବିଭାଗକୁ ଖବର ଦେବାରୁ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଂଚି ପୋଖରୀରୁ ଆଉ ଜଣେ ବାଳକଙ୍କୁ ଉଦ୍ଧାର କରି ତୁରନ୍ତ ଦୁହିଁଙ୍କୁ ରାଇରଙ୍ଗପୁର ମେଡିକାଲ ଆଣିଥିଲେ ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏ ସମ୍ପର୍କରେ ରାଇରଙ୍ଗପୁର ଗ୍ରାମାଂଚଳ ଥାନା ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରି ମୃତ ବାଳକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ମେଡିକାଲ ପଠାଇଥିଲେ। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରାଯାଇଛି। ମୃତ ସୁବୋଧ ମୁର୍ମୁଙ୍କ ବାପା ମୁନିରାମ ମୁର୍ମୁ ଓ ମାଆ ବାଙ୍ଗାଲୋର କାମ ନିମନ୍ତେ ଯାଇଥିବାବେଳେ ସୁବୋଧ ଘରେ କକା କାକି ସହିତ ରହୁଥିଲେ। ସେପଟେ ମୃତ ସୁବୋଧଙ୍କ ବାପା ମାଆଙ୍କୁ ଫୋନ ଯୋଗେ ଦୁଃଖଦ ଘଟଣାର ଖବର ଦିଆଯାଇଛି। ତେବେ ଏହି ଘଟଣା ପ୍ରଚାରିତ ହେବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ହିନ୍ଦୁସ୍ଥାନ ସମାଚାର/ଦିଲ୍ଲୀପ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande