ଶେରଗଡ଼ ବ୍ଳକ ବିଜେଡି ସଭାପତିଙ୍କ ଗିରଫ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ
ଗଞାମ, ୧୬ ଅକ୍ଟୋବର (ହି.ସ.)- ଶେରଗଡ ବ୍ଲକ ବିଜେଡି ସଭାପତିଙ୍କ ଗିରଫ ପ୍ରତିବାଦରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶେରଗଡ ବ୍ଲକ ସୁନନ୍ତର ଗ୍ରାମରେ ଗତ ଜୁଲାଇ ୨୫ ତାରିଖ ସଂଧ୍ୟାରେ କାଳିଆ ଯେନାଙ୍କ ଉପରେ ଗୁଳିମାଡ ହୋଇଥିଲା। ଗୁଳିମାଡରେ ସେ ଗୁରୁତର ହୋଇଥିଲେ। ସେ ସୁସ୍ଥ ହୋଇ ଘ
ଶେରଗଡ଼ ବ୍ଳକ ବିଜେଡି ସଭାପତିଙ୍କ ଗିରଫ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ


ଗଞାମ, ୧୬ ଅକ୍ଟୋବର (ହି.ସ.)- ଶେରଗଡ ବ୍ଲକ ବିଜେଡି ସଭାପତିଙ୍କ ଗିରଫ ପ୍ରତିବାଦରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଶେରଗଡ ବ୍ଲକ ସୁନନ୍ତର ଗ୍ରାମରେ ଗତ ଜୁଲାଇ ୨୫ ତାରିଖ ସଂଧ୍ୟାରେ କାଳିଆ ଯେନାଙ୍କ ଉପରେ ଗୁଳିମାଡ ହୋଇଥିଲା। ଗୁଳିମାଡରେ ସେ ଗୁରୁତର ହୋଇଥିଲେ। ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଏହି ଘଟଣାରେ ପୂର୍ବରୁ ସାତ ଜଣ ଗିରଫ ହୋଇଛନ୍ତି । ଦୁଇ ମାସ ପରେ ଏହି ଘଟଣାରେ ବ୍ଲକ ବିଜେଡି ସଭାପତି ସନ୍ତୋଷ ପଟ୍ଟନାୟକଙ୍କ ସଂପୃକ୍ତି ଥିବା ପୁଲିସ୍ ସନ୍ଦେହ କରି ଗିରଫ କରିବାରୁ ଶେରଗଡ ଅଂଚଳରେ ତୀବ୍ର ଉତେଜନା ଦେଖାଦେଉଛି। ଗିରଫଦାରୀର ପ୍ରତିବାଦ କରି ହଜାର ହଜାର ମହିଳା ଓ ପୁରୁଷ ବିଜେଡି କର୍ମୀ ଶେରଗଡ ଥାନା ଘେରାଉ କରି ବିକ୍ଷୋଭ କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande