ପୁତୁରାର କାଠ ଫାଳିଆ ମାଡରେ ବଡ ବୋଉର ମୃତ୍ୟୁ
ଖୋର୍ଦ୍ଧା, ୧୬ ଅକ୍ଟୋବର (ହି.ସ.) - ନିରାକାରପୁର ଥାନା ଅନ୍ତର୍ଗତ ନୂଆଗଡ଼ ପଂଚାୟତ ଅନ୍ତର୍ଗତ ବୃନ୍ଦାବନପୁର ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ପୁତୁରାର କାଠ ଫାଳିଆ ମାଡରେ ବଡ ବୋଉର ମୃତ୍ୟୁ ଘଟିଛି।ଏପରିକି ଜଣେ ପଡୋଶୀ ମହିଳା ମଧ୍ୟ ଗୁରୁତର ହୋଇଛନ୍ତି। ମୃତ ବୃଦ୍ଧା ଜଣକ ହେଲେ ହେମଲତା ସ୍ୱାଇ
ପୁତୁରାର କାଠ ଫାଳିଆ ମାଡରେ ବଡ ବୋଉର ମୃତ୍ୟୁ


ଖୋର୍ଦ୍ଧା, ୧୬ ଅକ୍ଟୋବର (ହି.ସ.) - ନିରାକାରପୁର ଥାନା ଅନ୍ତର୍ଗତ ନୂଆଗଡ଼ ପଂଚାୟତ ଅନ୍ତର୍ଗତ ବୃନ୍ଦାବନପୁର ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ପୁତୁରାର କାଠ ଫାଳିଆ ମାଡରେ ବଡ ବୋଉର ମୃତ୍ୟୁ ଘଟିଛି।ଏପରିକି ଜଣେ ପଡୋଶୀ ମହିଳା ମଧ୍ୟ ଗୁରୁତର ହୋଇଛନ୍ତି। ମୃତ ବୃଦ୍ଧା ଜଣକ ହେଲେ ହେମଲତା ସ୍ୱାଇଁ (୬୨) । ସୁଚନା ମୁତାବକ ବୃନ୍ଦାବନପୁର ଗ୍ରାମର ଜଗବନ୍ଧୁ ସ୍ୱାଇଁଙ୍କ ସହିତ ପଡୋଶୀ ଲିଙ୍ଗରାଜଙ୍କ ସ୍ୱାଇଁ ପରିବାର ମଧ୍ୟରେ ପୂର୍ବ ଶତ୍ରୁତା ଲଗିରହିଥିଲା। ଗତ ଶନିବାର ଜଗବନ୍ଧୁ ସ୍ୱାଇଁଙ୍କ ଘର ନିକଟରେ ତାଙ୍କ ପୁତୁରା ଲିଙ୍ଗରାଜ ସ୍ୱାଇଁ ଓ ତାଙ୍କ ପରିବାର ଲୋକେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିଲେ। ଜଗବନ୍ଧୁଙ୍କ ପତ୍ନୀ ହେମଲତା ସ୍ୱାଇଁ (୬୨) ଗାଳିଗୁଲଜ ନ କରିବାକୁ ବାରଣ କରିବାରୁ ଉତ୍‌କ୍ଷିପ୍ତ ହୋଇ ଲିଙ୍ଗରାଜ ପୁନର୍ବାର ଗାଳିଗୁଲଜ କରିବା ସହିତ ଏକ କାଠ ଫାଳିଆରେ ହେମଲତାଙ୍କୁ ଆକ୍ରମଣ କରିଥିଲା। ଫଳରେ ବୃଦ୍ଧା ଜଣକ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ସେ ତଳେ ପଡିଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରୁଥିବା ବେଳେ ହେମଲତାଙ୍କ ଦୁଇ ବୋହୂ ଓ ପଡୋଶୀ ମହିଳା ସୁଜାତା ସ୍ୱାଇଁ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ସୁଜାତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା।ସୁଜାତାଙ୍କୁ ଚିକିତ୍ସା ପାଇଁ ଖୋର୍ଦ୍ଧା ଡାକ୍ତଖାନାରେ ଭର୍ତି କରାଯାଇଥିଲା।ହେଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୂବନେଶ୍ୱର ଡାକ୍ତରଖାନାରେ ଭର୍ତି କରାଯାଇଛି। ତେବେ ଗୁରୁତର ହେମଲତାଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ପ୍ରଥମେ ଚାନ୍ଦପୁର ହସ୍ପିଟାଲରେ ଭର୍ତି କରିଥିଲେ।ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଖବର ପାଇ ଚାନ୍ଦପୁର ପୋଲିସ ଚିକିତ୍ସାଳୟରେ ପହଂଚି ଶବ ଜବତ କରି ବ୍ୟବଛେଦ ନିମନ୍ତେ ରଣପୁର ମେଡିକାଲକୁ ପଠାଇ ଥିଲେ। ଏନେଇ ମୃତକର ପରିବାର ଲୋକେ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande