ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁ ହୃଦ୍‌ରୋଗ ପରୀକ୍ଷା
ବାରିପଦା, ୧୬ ଅକ୍ଟୋବର(ହି.ସ.) – ମୟୂରଭଞ୍ଜ ଜିଲ୍ଲା ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଓ ନାରାୟଣ ହୃଦାଳୟ, ଜାମସେଦପୁର ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଜିଲ୍ଲା ସହଳ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କେନ୍ଦ୍ର (ଡି.ଇ.ଆଇ.ସି) ରେ ଶିଶୁ ହୃଦ୍ ରୋଗ ପରୀକ୍ଷ
Rastriya Bal Swasthya Karyakram


Rastriya Bal Swasthya Karyakram


Rastriya Bal Swasthya Karyakram


ବାରିପଦା, ୧୬ ଅକ୍ଟୋବର(ହି.ସ.) – ମୟୂରଭଞ୍ଜ ଜିଲ୍ଲା ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଓ ନାରାୟଣ ହୃଦାଳୟ, ଜାମସେଦପୁର ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଜିଲ୍ଲା ସହଳ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କେନ୍ଦ୍ର (ଡି.ଇ.ଆଇ.ସି) ରେ ଶିଶୁ ହୃଦ୍ ରୋଗ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। କାଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ାକ୍ତର କିଶୋର କୁମାର ଆଚାର୍ଯ୍ୟ ଉଦଘାଟନ କରିବା ସହ ଏଭଳି ଶିବିରର ଆବଶ୍ୟକ ସଂପର୍କରେ କହିଥିଲେ । ଶିଶୁ ମାନଙ୍କଠାରେ ହୃଦ୍ ରୋଗ ଜନିତ ଜଟିଳ ସମସ୍ୟା ଦେଖା ଦେଲେ, ଏହାର ଚିକିତ୍ସା ନିମନ୍ତେ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆର.ବି.ଏସ.କେ) ମାଧ୍ୟମରେ ଓ ନାରାୟଣ ହୃଦାଳୟ ସହାୟତା ରେ ବିନା ମୂଲ୍ୟରେ ଚିକିତ୍ସା ଯୋଗାଇ ଦିଆଯାଉଅଛି ବୋଲି କହିଥିଲେ। ଶିବିରରେ ନାରାୟଣ ହୃଦାଳୟ ଜାମସେଦପୁର ରୁ ଆସିଥିବା ଶିଶୁ ହୃଦରୋଗ ବିଶେଷଜ୍ଞ ଡ଼ାକ୍ତର ଅନ୍ୟେସା ମୁଖାର୍ଜୀ ଓ ଡ଼ାକ୍ତର ଧର୍ମା ରାଓ ଯୋଗ ଦେଇ ୧୬୪ ଜଣ ଶିଶୁଙ୍କ ହୃଦରୋଗ ପରୀକ୍ଷା କରିଥିଲେ। ଏଥି ମଧ୍ୟରୁ ୫୮ ଜଣ ଶିଶୁଙ୍କ ଅସ୍ତ୍ରୋପଚାର ପରବର୍ତୀ ପରୀକ୍ଷା କରାଯାଇଥିଲା। ଆର.ବି.ଏସ.କେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଦଳ ମାଧ୍ୟମରେ ନୂତନ କରି ଚିହ୍ନଟ କରାଯାଇଥିବା ୧୦୬ ଜଣ ଶିଶୁଙ୍କ ହୃଦରୋଗ ପରୀକ୍ଷା ପରୀକ୍ଷା କରାଯାଇଥିଲା। ଏହି ୧୦୬ ଜଣ ଶିଶୁଙ୍କ ମଧ୍ୟରୁ ୭୧ ଜଣଙ୍କ ଠାରେ ହୃଦରୋଗ ଜନିତ ସମସ୍ୟା ଚିହ୍ନଟ କରାଯାଇଅଛି। ସେମାନଙ୍କୁ ପ୍ରର୍ଯ୍ୟାୟକ୍ରମେ ଆର.ବି.ଏସ.କେ ମାଧ୍ୟମରେ ନାରାୟଣ ହୃଦାଳୟ କୁ ପଠାଯାଇ ବିନା ମୂଲ୍ୟ ରେ ଅସ୍ତ୍ରୋ ପଚାର କରାଯିବ ବୋଲି ଡ଼କ୍ଟର ଆଚାର୍ଯ୍ୟ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡ଼ାକ୍ତର ସୁନନ୍ଦା ମିଶ୍ର, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ(ଭି.ବି.ଡି) ବିଜୟ କୁମାର ଦାସ୍‌, ରାଜ୍ୟର ଆର. ବି. ଏସ. କେ. ୟୁନିଟ ରୁ ଆସିଥିବା ପ୍ରଶାନ୍ତ କୁମାର ଦାଶ, ଚନ୍ଦନ କୁମାର ପତି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ(ଡି. ଇ. ଆଇ. ସି.)ର ଶିଶୁ ରୋଗ ବିଶେଷଜ୍ଞ ଡ଼ାକ୍ତର ପ୍ରଦିପ୍ କୁମାର ମହାପାତ୍ର, ଡ଼ାକ୍ତର ଭବାନୀ ଶଙ୍କର ମହାନ୍ତି, ଡି.ପି.ଏମ. ଏନ.ଏଚ.ଏମ. ଅନିଲ କୁମାର ମହାନ୍ତି, ଆର. ବି. ଏସ. କେ ମ୍ୟାନେଜର ବିଜନ କୁମାର ସାହୁ, ହସ୍ପିଟାଲ ମ୍ୟାନେଜର ଶ୍ରୀରାମ ମହାନ୍ତି, ଡି. ଇ. ଆଇ. ସି. ର ସମସ୍ତ କର୍ମକର୍ତା ଓ ଆର.ବି.ଏସ.କେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଦଳର କର୍ମଚାରୀ ବୃନ୍ଦ ଯୋଗ ଦେଇ ଶିଶୁ ହୃଦରୋଗ ପରୀକ୍ଷା ଶିବିର ପରିଚାଳନା ରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଦିଲ୍ଲୀପ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande