କୋରାଇ, ୧୬ ଅକ୍ଟୋବର (ହି.ସ.)- ବସରେ ଯାତ୍ରା କରୁଥିବା ଜଣେ ଯୁବକଙ୍କ ବ୍ୟାଗକୁ ଛଡ଼ାଇନେବା ନେଇ ପାଣିକୋଇଲି ଥାନାରେ ଅଭିଯୋଗ ହୋଇଛି ।ପ୍ରକାଶ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ଗଣେଶ୍ୱର ପାଢୀଙ୍କ ପୁଅ ଗିରିଜାଶଙ୍କର ଭୁବନେଶ୍ୱରରୁ ଏକ ଘରୋଇ ବସରେ ଆନନ୍ଦପୁର ଫେରୁଥିଲେ । ତେବେ ରାତି ୧୧ଟା ସମୟରେ ବସଟି ରାତ୍ରୀଭୋଜନ ନିମନ୍ତେ ଜାତୀୟ ରାଜପଥ ୧୬ର ଏକ ଢାବା ନିକଟରେ ଅଟକି ଥିଲା । ଏହି ସମୟରେ ଗିରିଜା ନିଜ ବ୍ୟାଗକୁ ଧରି ବସର ପଛପଟେ ଛିଡା ହୋଇଥିବା ବେଳେ ଜଣେ ବ୍ୟକ୍ତି କାରରୁ ଓହ୍ଲାଇ ତାଙ୍କ ବ୍ୟାଗଟିକୁ ଛଡ଼ାଇ ନେଇ କାରରେ ବସି ଭଦ୍ରକ ଅଭିମୁଖେ ପଳାଇଯାଇଥିଲା । ଉକ୍ତ ବ୍ୟାଗରେ ଏକ ମୋବାଇଲ ଫୋନ, ଦୁଇ ହଜାର ଟଙ୍କା ସମେତ ଗିରିଜାଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିଲା । ଏ ନେଇ ଗିରିଜା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ଋଜୁ କରି ତଦନ୍ତ ଚାଲୁ ରଖିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ