କନ୍ଧମାଳ, ୧୬ ଅକ୍ଟୋବର(ହି.ସ.) – ଅତିରିକ୍ତ ଶାସନ ସଚିବ, କୃଷି ଓ କୃଷକ ମଙ୍ଗଳ ବିଭାଗ, ଓଡ଼ିଶା ସରକାର ଶ୍ରୀ ପ୍ରମୋଦ କୁମାର ମେହେର୍ଦ୍ଦା, ଭା.ପ୍ର.ସ ଙ୍କ ନେତୃତ୍ୱରେ ଆକାଂକ୍ଷା ଜିଲ୍ଲା କନ୍ଧମାଳର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସବୁ ବିଭାଗର ଅଧିକରୀମାନେ ଉପସ୍ଥିତ ରହି ନିଜ ନିଜ ବିଭାଗର କାର୍ଯ୍ୟ ଉପସ୍ଥାପନା କରିଥିଲେ। ଶ୍ରୀ ମେହେର୍ଦ୍ଦା ସମସ୍ତ ବିଭାଗ ମିଳିମିଶି ଜିଲ୍ଲାର କେମିତି ପୂର୍ଣ୍ଣାଙ୍ଗ ବିକାଶ ହେବ ସେହି ବିଷୟରେ ଆଲୋଚନା କରି ବିକାଶ ଖସଡ଼ା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ। ଏହି ସମୀକ୍ଷା ବୈଠକ ଜିଲ୍ଲାପାଳ, କନ୍ଧମାଳ ଶ୍ରୀ ବେଦଭୂଷଣଙ୍କ ନେତୃତ୍ୱରେ ପରିଚାଳନା କରାଯାଇଥିଲା ଏବଂ ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଶ୍ରୀ ଗଦାଧର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଶଳ ଚନ୍ଦ୍ର ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଶମ୍ଭୁନାଥ ନନ୍ଦୀ, ଉପ- ଜିଲ୍ଲାପାଳ, ବାଲିଗୁଡ଼ା ପ୍ରଣିତା ଦାଶ, ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ବାଲିଗୁଡ଼ା ଶ୍ରୀ କୃପାସିନ୍ଧୁ ବେହେରାଙ୍କ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ