କୋରାଇ, ୧୬ ଅକ୍ଟୋବର (ହି.ସ.)- କୋରାଇ ଶିକ୍ଷା ମଣ୍ଡଳ ଅଧିନସ୍ଥ ପାଣିକୋଇଲି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ସ୍କାଉଟ ଓ ଗାଇଡ଼ର ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ କୋରାଇ, ସୁକିନ୍ଦା, ରସୁଲପୁର ଓ ଦାନଗଦୀ ବ୍ଲକର ୧୪ଟି ବିଦ୍ୟାଳୟର ୩୨୮ ଜଣ ପ୍ରଶିକ୍ଷାର୍ଥୀ ଯୋଗ ଦେଇ ପ୍ରଶିକ୍ଷଣ ନେବା ସହିତ ତୃତୀୟ ସୋପାନ ପରୀକ୍ଷା ଦେଇଥିଲେ । ଉକ୍ତ ଶିବିରକୁ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଗାୟତ୍ରୀ ନାୟକ ଉଦ୍ଘାଟନ କରିଥିଲେ । ଶିବିରରେ ଜିଲ୍ଲାର ବହୁ ସ୍କାଉଟ ଓ ଗାଇଡ଼ିର ପ୍ରଶିକ୍ଷକ ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଖେଳ ଶିକ୍ଷକ ତଥା ସ୍କାଉଟ ଗାଇଡ଼ ପ୍ରଶିକ୍ଷ କାହ୍ନୁ ଚରଣ ନାୟକ ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ