ଘଟଗାଁ ମା 'ତାରିଣୀ ମନ୍ଦିରରେ ଆଦିତ୍ୟ ବାହିନୀର ସେବା କାର୍ଯ୍ୟ
କେନ୍ଦୁଝର, ୧୬ ଅକ୍ଟୋବର (ହି.ସ.) - ଘଟଗାଁ ମା ତାରିଣୀଙ୍କ ମନ୍ଦିରରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ମଠ, ପୁରୀଙ୍କ ପରିଚାଳିତ ସେବା ବାହିନୀ, ଆଦିତ୍ୟ ବାହିନୀ, କେନ୍ଦୁଝର ଶାଖା ପକ୍ଷରୁ ଦୁଇ ଦିନ ଧରି ସେବାକାର୍ଯ୍ୟ କରାଯାଇଛି, କେନ୍ଦୁଝର କ୍ଷେତ୍ରିୟ ସମ୍ପାଦକ ପ୍ରହ୍ଲାଦ ମହାନ୍ତଙ୍କ ପରିଚାଳନା ରେ ସ୍ୱେଛ
ଘଟଗାଁ ମା 'ତାରିଣୀ ମନ୍ଦିରରେ ଆଦିତ୍ୟ ବାହିନୀର ସେବା କାର୍ଯ୍ୟ


କେନ୍ଦୁଝର, ୧୬ ଅକ୍ଟୋବର (ହି.ସ.) - ଘଟଗାଁ ମା ତାରିଣୀଙ୍କ ମନ୍ଦିରରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ମଠ, ପୁରୀଙ୍କ ପରିଚାଳିତ ସେବା ବାହିନୀ, ଆଦିତ୍ୟ ବାହିନୀ, କେନ୍ଦୁଝର ଶାଖା ପକ୍ଷରୁ ଦୁଇ ଦିନ ଧରି ସେବାକାର୍ଯ୍ୟ କରାଯାଇଛି, କେନ୍ଦୁଝର କ୍ଷେତ୍ରିୟ ସମ୍ପାଦକ ପ୍ରହ୍ଲାଦ ମହାନ୍ତଙ୍କ ପରିଚାଳନା ରେ ସ୍ୱେଛାସେବୀ ମାନେ ମା ଙ୍କ ଭିତର ବେଢାରେ ଓ ବାହାର ପରିସର କୁ ସଫେଇ କରିଥିଲେ, ଅନାବନା ଗଛ ଲତା, ଆଦି ଅଦରକାରୀ ଦ୍ରବ୍ୟ, ଆବର୍ଜନା କୁ ବାହାରେ ପକାଇଥିଲେ, ସ୍ୱଛତା ର ଏହି କାର୍ଯ୍ୟରେ ସ୍ଥାନୀୟ ଓ ଅନ୍ୟ ଶାଖା ର ସଭ୍ୟ ଓ ସଭ୍ୟା ସାମିଲ ହୋଇ ଥିଲେ, ଘଟଗାଁ ଶାଖା ସେବା ପ୍ରମୁଖ ତପନ ବେହେରା ଙ୍କ ସଂଯୋଜନା ରେ ଦୁର୍ଯ୍ୟୋଧନ ମହାନ୍ତ, ନରସିଂହ ସାହୁ, ମୋହନ ମହାନ୍ତ, ଚନ୍ଦ୍ରମଣି ନା ଏକ, ଦୀନବନ୍ଧୁ ନାଏକ, ଦଶରଥ ମହାନ୍ତ, ଚନ୍ଦନ ପାତ୍ର, ବିଭୀଷଣ ମହାରଣା,ପ୍ରମୁଖ ସାମିଲ ଥିବା ବେଳେ ଆନନ୍ଦ ବାହିନୀର ସଭ୍ୟା ବିଶାଖା ନାଏକ, ଝୁନୁମଣି ମହାନ୍ତ,ତୁଳସୀ ନାଏକ, ସସ୍ମିତା ନାଏକ, ସୁନାଲି ନାଏକ,ପ୍ରତିମା ମହାନ୍ତ, ଅର୍ଚ୍ଚନା ପାତ୍ର,ତାରିଣୀ ମୁଣ୍ଡା ପ୍ରମୁଖ ଏହି ସେବା ଶିବିର ରେ ସାମିଲ ଥିଲେ,। ମା ତାରିଣୀ ମନ୍ଦିର ର ପୂଜକ,ସେବାୟତ ଓ ଟ୍ରଷ୍ଟ ତରଫରୁ ସେବା ଶିବିର କୁ ସହଯୋଗ କରାଯାଇଥଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande