ଜୟପୁର ବ୍ଲକ ଜୟନ୍ତୀଗିରି ଓଡିଶା ଆଦର୍ଶ ବିଦ୍ୟାଳୟ ମୁଖ୍ୟ ଫାଟକ ଆଗରେ ତାଲା ମାରି ଆନ୍ଦୋଳନ
ଜୟପୁର, 16 ଅକ୍ଟୋବର (ହି.ସ.)ଜୟପୁର ବ୍ଲକ ଜୟନ୍ତୀଗିରି ଓଡିଶା ଆଦର୍ଶ ବିଦ୍ୟାଳୟ ମୁଖ୍ୟ ଫାଟକ ଆଗରେ ତାଲା ମାରି ଦିନ 10 ଟାରେ ଆନ୍ଦୋଳନ କୁ ଓଳାଇଛନ୍ତି ଛାତ୍ର ଛାତ୍ରୀ ଏବଂ ଅଭିଭାବକ। ବିଦ୍ୟାଳୟ ର ଅଧ୍ୟକ୍ଷ ବୁଝା ସୁଝା କରିବା ପରେ ଅପରାହ୍ନ 2 ଟାରେ ଆନ୍ଦୋଳନ ରୁ ଓହରି ଥିଲେ l ଇଂରାଜୀ ଶିକ୍ଷୟ
ଶିଶୁ ମହୋତ୍ସବ ସୁରଭି  ବାରିଣୀପୁଟ  ଠାରେ ଅନୁଷ୍ଠିତ


ଜୟପୁର, 16 ଅକ୍ଟୋବର (ହି.ସ.)ଜୟପୁର ବ୍ଲକ ଜୟନ୍ତୀଗିରି ଓଡିଶା ଆଦର୍ଶ ବିଦ୍ୟାଳୟ ମୁଖ୍ୟ ଫାଟକ ଆଗରେ ତାଲା ମାରି ଦିନ 10 ଟାରେ ଆନ୍ଦୋଳନ କୁ ଓଳାଇଛନ୍ତି ଛାତ୍ର ଛାତ୍ରୀ ଏବଂ ଅଭିଭାବକ। ବିଦ୍ୟାଳୟ ର ଅଧ୍ୟକ୍ଷ ବୁଝା ସୁଝା କରିବା ପରେ ଅପରାହ୍ନ 2 ଟାରେ ଆନ୍ଦୋଳନ ରୁ ଓହରି ଥିଲେ l ଇଂରାଜୀ ଶିକ୍ଷୟତ୍ରୀ ଙ୍କ ଖରାପ ବ୍ୟବହାର କୁ ବିରୋଧ କରି ଛାତ୍ର ଛାତ୍ରୀ ଙ୍କ ଏହି ଆନ୍ଦୋଳନ। ଖରାପ ବ୍ୟବହାର ଦେଉଥିବା ଇଂରାଜୀ ଶିକ୍ଷୟତ୍ରୀ ମେଡମ ୧୧ ଶ୍ରେଣୀର ଛାତ୍ର ଛାତ୍ରୀ ଙ୍କୁ ଇଂରାଜୀ ଭାଷା ସଠିକ ପଢ଼ାଉ ନାହାନ୍ତି , ସଠିକ ପଢ଼ାଇବା ପାଇଁ ଛାତ୍ର ଛାତ୍ରୀ କହିଲେ ସେ ଓଲଟା ଛାତ୍ର ଛାତ୍ରୀ ଙ୍କୁ ଖରାପ ବ୍ୟବହାର କରୁଛନ୍ତି। ଯେମିତି ପଢ଼ାହେଉଛି ସେମିତି ହିଁ ହେବ ,ଯାହାକୁ ଇଚ୍ଛା ନାହିଁ ବିଦ୍ୟାଳୟ ରୁ ଟିସି ନେଇ ଯାଓ ।ଏମିତି କି ୧୧ଶ୍ରେଣୀର ଅଧ୍ୟୟନ ୧୭ଜଣ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ୨୩ ଜଣ ଛାତ୍ର ଛାତ୍ରୀଙ୍କୁ ଶ୍ରେଣୀରୁ ବାହାର କରିଦେଇଛନ୍ତି ଏହି ଇଂରାଜୀ ଶିକ୍ଷୟତ୍ରୀ ଜଣକ। ପୂର୍ବରୁ ଘଟଣା ସଂପର୍କରେ ବିଦ୍ୟାଳୟ ର ଅଧ୍ୟକ୍ଷ ଏବଂ କୋରାପୁଟ ଜିଲା ଶିକ୍ଷା ଅଧିକାରୀ ଏବଂ କୋରାପୁଟର ଜିଲାପାଳ ଙ୍କୁ ଅବଗତ କରାଯାଇଛି।ଏସବୁ ସ୍ଵତ୍ତ୍ୱେ କୌଣସି ସମାଧାନ ନ ହେବାରୁ ଆଜି ଜୟନ୍ତୀଗିରି ଓଡିଶା ଆଦର୍ଶ ବିଦ୍ୟାଳୟ ବିଦ୍ୟାଳୟ ଆଗରେ ତାଲା ମାରି ହାତରେ ହଇଡିଂ ଧରି ଧାରଣା ରେ ବସିଛନ୍ତି ୧୧ଶ୍ରେଣୀ ଛାତ୍ର ଛାତ୍ରୀ। ଛାତ୍ର ଛାତ୍ରୀ ଙ୍କ ଆନ୍ଦୋଳନ ରୁ ବିଦ୍ୟାଳୟ ଆଗରେ ବିଦ୍ୟାଳୟର ଅଧ୍ୟକ୍ଷ ରହିତ ଅସ ସେଠି ସମେତ ସମସ୍ତ ଶିକ୍ଷକ ,ଶିକ୍ଷାୟତ୍ରୀ ବାହାରେ ଠିଆ ହୋଇଛନ୍ତି।ଶିକ୍ଷା ଦାନ ବାଧା ପ୍ରାପ୍ତ ହେଇଛି।ସେପଟେ ଅଧ୍ୟକ୍ଷ ଛାତ୍ର ଛାତ୍ରୀ ଙ୍କୁ ବୁଝା ସୁଝା କଲେ ବି ଛାତ୍ର ଛାତ୍ରୀ ମାନେ ଇଂରାଜୀ ଶିକ୍ଷୟତ୍ରୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବା ଜାଏ ଆନ୍ଦୋଳନ ଜାରି ରହିବ ବୋଲି ଜିଦ ରେ ବସିଛନ୍ତି।ସେପଟେ ଛାତ୍ର ଛାତ୍ରୀଙ୍କ ଏହି ଦାବି କୁ ଅବିଭିଭାବକ ମନେ ବି ସମର୍ଥନ କରିଛନ୍ତି।ଛାତ୍ର ଛାତ୍ରୀଙ୍କ ଅଭିଯୋଗ କୁ ଖଣ୍ଡନ କରିଛନ୍ତି ଇଂରାଜୀ ଶିକ୍ଷୟତ୍ରୀ l ଜିଲ୍ଲାପାଳ ଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି l

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande