ଶିଶୁ ମହୋତ୍ସବ ସୁରଭି ବାରିଣୀପୁଟ ଠାରେ ଅନୁଷ୍ଠିତ
ଜୟପୁର, ୧୬ ଅକ୍ଟୋବର (ହି.ସ.)- ଜୟପୁର ଶିକ୍ଷା ବ୍ଲକ ଅନ୍ତର୍ଗତ ବାରିଣୀପୁଟ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ କାର୍ଯ୍ୟକ୍ରମ ଉଚ୍ଚ ବିଦ୍ୟାଳୟ ବାରିଣୀପୁଟ ଠାରେ ଅନୁଷ୍ଠିତ ହୋଇଯାଇଛି l ଜୟପୁର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କେ ଗୋପାଳ ଏବଂ ଦିଲ୍ଲୀପ ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋ
ଶିଶୁ ମହୋତ୍ସବ ସୁରଭି  ବାରିଣୀପୁଟ  ଠାରେ ଅନୁଷ୍ଠିତ


ଜୟପୁର, ୧୬ ଅକ୍ଟୋବର (ହି.ସ.)-

ଜୟପୁର ଶିକ୍ଷା ବ୍ଲକ ଅନ୍ତର୍ଗତ ବାରିଣୀପୁଟ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ କାର୍ଯ୍ୟକ୍ରମ ଉଚ୍ଚ ବିଦ୍ୟାଳୟ ବାରିଣୀପୁଟ ଠାରେ ଅନୁଷ୍ଠିତ ହୋଇଯାଇଛି l ଜୟପୁର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କେ ଗୋପାଳ ଏବଂ ଦିଲ୍ଲୀପ ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବାରିଣୀପୁଟ କ୍ଲଷ୍ଟରର ୧୮ଟି ବିଦ୍ୟାଳୟରୁ ପାଖାପାଖି ୨୭୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ l ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ବକ୍ତୃତା, କୁଇଜ, ବିତର୍କ, ସୁନ୍ଦର ହସ୍ତାକ୍ଷର, ସୃଜନଶୀଳ ଲିଖନ, ଗଣିତ ଦୌଡ଼, ଗଳ୍ପ କଥନ, ସଂଗୀତ, ଦଳଗତ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା। ବାରିଣୀପୁଟ କ୍ଲଷ୍ଟରର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଜ୍ୟୋତିଶଙ୍କର ତ୍ରିପାଠୀଙ୍କ ତତ୍ତ୍ୱlବଧାନରେ ଏହି କାର୍ଯ୍ୟକ୍ରମଟିକୁ ଆୟୋଜନ କରାଯାଇଥିଲା। ସେହିଭଳି ଉଦଯାପନୀ ସଭାରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ସୋମନାଥ ଗାଦବା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜୟପୁର ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଦେବୀପ୍ରସାଦ ଦାସ, ସମ୍ପାଦକ ପ୍ରଦୀପ କୁମାର ମିଶ୍ର, ଯୁଗ୍ମ ସମ୍ପାଦକ ମନୋରଞ୍ଜନ ପଲାଇ, କୋଷାଧକ୍ଷ ପୁରନ୍ଧର ନାୟକ, ସିଆର ସିସି ରୁଦ୍ର ନାରାୟଣ ପାଣିଗ୍ରାହୀ, ରାମେଶ୍ଵର ପଣ୍ଡା, ଆଦିତ୍ୟ ପଟ୍ଟନାୟକ, ଯୋଜନା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପର୍ଶୁରାମ ସେଠୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରମେଶ ଚନ୍ଦ୍ର ବାରିକ, ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟର କର୍ମକର୍ତ୍ତା ରଂଜିତ ମହାନ୍ତି, ମନୋଜ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଥିଲେ l କୁନି କୁନି ଶିଶୁ ମାନଙ୍କର ଅନ୍ତର୍ନିହିତ ଗୁଣାବଳୀ ପରିପ୍ରକାଶର ଅନ୍ୟତମ ମାଧ୍ୟମ ହେଉଛି 'ସୁରଭି' ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ ରଖିଥିଲେ। ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l

ଏହି କାର୍ଯ୍ୟକ୍ରମରେ ଶିକ୍ଷକ ପାରାଦିଶ ଫିଲିପ୍ସ ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷୟତ୍ରୀ ସୁନିତା ପଣ୍ଡା, ବନିତା ଖିଲ, ମିନତୀ ପାଣିଗ୍ରାହୀ, ପ୍ରଫୁଲ୍ଲ ମଣ୍ଡଳ, ପଙ୍କଜିନୀ ମହାରଣା, ଶ୍ୟାମଘନ ଗୌଡ଼, ଗୀତା ସାହୁ, ପି ଅରୁଣା, ବିଶ୍ୱ ରଞ୍ଜନ ପରିଛା, ଶ୍ରଦ୍ଧାଞ୍ଜଳି ସାହୁଙ୍କ ସମେତ ବାରିଣୀପୁଟ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏଥିରେ ସହଯୋଗ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande