ତରାପୁର କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ
ଭଦ୍ରକ, ୧୬ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ପୋଡାପାଟଣା ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ସିଆରସିସି ଜଗନ୍ନାଥ ଖୁଟିିଂଆଙ୍କ ତତ୍ୱାବଧାନରେ ତରାପୁର କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଅମୂଲ୍ୟ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ
TARAPUR CLUSTER LEVEL SURAVI PROGAMME


ଭଦ୍ରକ, ୧୬ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ପୋଡାପାଟଣା ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ସିଆରସିସି ଜଗନ୍ନାଥ ଖୁଟିିଂଆଙ୍କ ତତ୍ୱାବଧାନରେ ତରାପୁର କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଅମୂଲ୍ୟ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏବିଇଓ ଭାଗିରଥି ପାତ୍ର, ମୁଖ୍ୟ ବକ୍ତା ଭାବେ ରାଷ୍ଟପ୍ରତି ପୁରସ୍କାରପ୍ରାପ୍ତ ଶିକ୍ଷକ ଅଜୟ କୁମାର ପୃଷ୍ଟି, ସମ୍ମାନୀତ ଅତିଥି ଭାବେ ପଚାଂୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶୁଭେନ୍ଦୁ ଶେଖର ମହାନ୍ତି, କେନ୍ଦୁଆପଦା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା, ବିଇଓ ଅଫିସ ମୁଖ୍ୟ କିରାଣୀ ନିରଞ୍ଜନ ପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ହେମନ୍ତ କୁମାର ବାରିକ, ଟିଲୋ କ୍ଲଷ୍ଟର ସିଆରସିସି ଅଶୋକ କୁମାର ଦାସ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ସୁଧିର କୁମାର ବାରିକ ଅତିଥି ପରିଚୟ ଓ ଶିକ୍ଷୟିତ୍ରୀ କୂଳପ୍ରଭା ସୁଆର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କ୍ଲଷ୍ଟର ଅଧିନ ୧୪ ବିଦ୍ୟାଳୟର ୨ ଶହ ଛାତ୍ରଛାତ୍ରୀ ବକୃତା, ତର୍କ, ରଚନା, ସୂଜନଶୀଳ ଲିଖନ, କୁଇଜ୍‌, ସଙ୍ଗୀତ, ଚିତ୍ରାଙ୍କନ, ଚିତ୍ରକଳା ଓ ଶିଳ୍ପକଳା ଆଦି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏଥିରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବା ସହ ପ୍ରତି ବିଭାଗରେ ୧ମ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀଙ୍କୁ ବ୍ଲକ ସ୍ତରକୁ ମନୋନୀତ କରାଯାଇଥିଲା । ବିଚାରପତି ଭାବେ ଶିକ୍ଷକ ଅମର କୁମାର ବାରିକ, ରଚିତା ସାହୁ, ଜାହାରୁଦ୍ଦୀନ ସାହାଜୀ, ଉତମ ମାଝୀ, ସେକ୍‌୍ ଆଝାରୁଦ୍ଦୀନ, ସେକ୍ ରମଜାନ ଅଲ୍ଲୀ, ଚଚଂଳାବାଳା ଜେନା, ଅହମାତୁନ ଖାତୁନ, ଅରୁଣ କୁମାର ବାରିକ, ରଞ୍ଜିତ ରାଉତ, ଲାଙ୍ଗୁଳା ସୁଆର, ପ୍ରେମଲତା ଜେନା, ଗୋଲକ ଜେନା ଦାୟୀତ୍ୱ ତୁଲାଇଥିଲେ । ଦିବସ ବ୍ୟାପୀ କାର୍ଯ୍ୟକ୍ରମରେ ଶିକ୍ଷକ ସୁରେଶ କୁମାର ଜେନା, ଦେବାଶୀଷ ମହାରଣାଙ୍କ ସମେତ ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା ମାନେ ସହଯୋଗ କରିଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande