,
ଅପହରଣ କରି ଯୁବକ ଗିରଫ
ଜୟପୁର16 ଅକ୍ଟୋବର (ହି.ସ.)
ଜୟପୁର ଟାଉନଥାନା ଅନ୍ତର୍ଗତ ନୂଆସାହି ପାର୍କ ଲାଇନ ଅଞ୍ଚଳର ଯୁବକ ସୁଜୀତ ସାଗରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ନାବାଳିକାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଗତ ଅକ୍ଟୋବର ୮ ତାରିଖରେ ନୂଆସାହି ପାର୍କଲାଇନ ସୁଜୀତ ସାଗର ତାଙ୍କ ନାବାଳିକା ଝିଅକୁ ଅପହରଣ କରି ନେଇଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଆଜି ଟାଉନ ପୁଲିସ ସୁଜୀତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ତଦନ୍ତକାରୀ ଅଧିକାରୀ ଏସଆଇ ଦୀପକ ପଣ୍ତା ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି