ତୁଷୁରା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ଅନୁଷ୍ଠିତ ଶିଶୁ ହସିଲେ, ଦୁନିଆଁ ହସିବ
ବଲାଙ୍ଗିର, 16 ଅକ୍ଟୋବର (ହି.ସ.) ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା ଏନ୍‌ଏ‌ସି କ୍ଲଷ୍ଟର ର ଚଳିତ ଶିକ୍ଷା ବର୍ଷର ଶିଶୁ ମହୋତ୍ସବ ସୁରଭି ୨୦୨୫ ତୁଷୁରା ଉଚ୍ଚ ବିଦ୍ୟାଳୟ ତୁଷୁରା ଠାରେ ପ୍ରଧାନ ଶିକ୍ଷକ ଜଗଦୀଶ ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଉଦ୍‌ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ତହ
ତୁଷୁରା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ଅନୁଷ୍ଠିତ*     *ଶିଶୁ ହସିଲେ, ଦୁନିଆଁ ହସିବ*


ବଲାଙ୍ଗିର, 16 ଅକ୍ଟୋବର (ହି.ସ.)

ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା ଏନ୍‌ଏ‌ସି କ୍ଲଷ୍ଟର ର ଚଳିତ ଶିକ୍ଷା ବର୍ଷର ଶିଶୁ ମହୋତ୍ସବ ସୁରଭି ୨୦୨୫ ତୁଷୁରା ଉଚ୍ଚ ବିଦ୍ୟାଳୟ ତୁଷୁରା ଠାରେ ପ୍ରଧାନ ଶିକ୍ଷକ ଜଗଦୀଶ ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଉଦ୍‌ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ତହସିଲଦାର ଆର୍ତ୍ତତ୍ରାଣ ଥାଟି ଯୋଗ ଦେଇ ଶିଶୁ ମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ ପାଇଁ ସମସ୍ତେ ଚେଷ୍ଟିତ ହେବାକୁ ମାର୍ଗଦର୍ଶନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ତୁଷୁରା କେନ୍ଦୁଲିଫ୍ ରେଞ୍ଜର ମାନସ ରଞ୍ଜନ ବାରିକ ଓ ଆଇଆଇସି ମନୋଜ କୁମାର ପ୍ରଧାନ ଓ ଏସ୍‌ଏମ୍‌ଡିସି ସଭାପତି ସୁଧାକର ପ୍ରଧାନ ଯୋଗ ଦେଇଥିଲେ। ସି‌ଆର୍‌ସିସି ଜଗମୋହନ ତ୍ରିପାଠୀ ସ୍ବାଗତ ଭାଷଣ ତଥା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ। ପ୍ରଧାନ ଶିକ୍ଷକ ଡ. ହେମନ୍ତ କୁମାର ଦାଶ ସଭା ସଞ୍ଚାଳନ କରିଥିଲେ ଓ ଶିକ୍ଷୟିତ୍ରୀ ଜୟଶ୍ରୀ ପୋଢ ସହ ସଞ୍ଚାଳିକା ଭାବେ ସହଯୋଗ କରିଥିଲେ। ଏହି ଅବସରରେ ତୁଷୁରା ମାରଓ୍ଵାଡି ମହିଳା ସମିତି ସମସ୍ତ ଶିଶୁଙ୍କୁ ସରବତ ବଣ୍ଟନ କରିଥିଲେ। କ୍ଲଷ୍ଟର ତରଫରୁ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଭକ୍ତ ଚରଣ ଦାଶଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରା ଯାଇଥିଲା। ଶେଷରେ ଶ୍ରୀ ବାଳକୃଷ୍ଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ବିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଏନ୍‌ଏ‌ସି ଅଧ୍ୟକ୍ଷ ଅଜୟ ଜୟଶ୍ବାଲ ଯୋଗ ଦେଇ ଶିଶୁ ହସିଲେ ଦୁନିଆଁ ହସିବ ବୋଲି କହିଥିଲେ ଓ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ପିଙ୍କୁ ଅଗ୍ରୱାଲ, ଡାଏଟ୍ ବ୍ଲକ୍ କୋଅର୍ଡିନେଟର ସାମ୍ରାଜ୍ଞୀ ଐଶ୍ୱର୍ଯ୍ୟା ମିତ୍ରା, ଏବିଇଓ ରମେଶ ଚନ୍ଦ୍ର ସାମର୍ଥ ଓ ବିପିନ ବାଗ ଯୋଗ ଦେଇଥିଲେ। ସଂଗୀତ ଓ ନୃତ୍ୟ ବିଭାଗର ବିଚାରକ ଭାବେ ସୁହାନୀ ଖାନ୍, ସତ୍ଯ ନାରାୟଣ ବାଗ, ଶିବ ପ୍ରସାଦ ସାହୁ ଓ ସୁଧାକର ପ୍ରଧାନ ଯୋଗ ଦେଇ ନିରପେକ୍ଷ ବିଚାର କରିଥିଲେ। ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀର ପ୍ରତିଯୋଗିତା ମହୀପୁର ଆଶ୍ରମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ହୋଇଥିବା ବେଳେ କନିଷ୍ଠ ଓ ବରିଷ୍ଠ ବିଭାଗର ସମସ୍ତ ପ୍ରତିଯୋଗିତା ତୁଷୁରା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଶେଷରେ ପ୍ରଧାନ ଶିକ୍ଷକ ଜଗଦୀଶ ନାଗ ଧନ୍ୟବାଦ ଅର୍ପଣ କରିଥିଲେ। ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା କ୍ଲଷ୍ଟରର ପ୍ରତ୍ୟେକ ବିଦ୍ୟାଳୟର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଗାଇଡ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande