ବିଶ୍ୱ ଖାଦ୍ୟ ଦିବସ ଅନୁଷ୍ଠିତ
ଚମ୍ପୁଆ, ୧୬ ଅକ୍ଟୋବର (ହି.ସ.)- ଚମ୍ପୁଆ ବ୍ଲକ ପଡୁଆ ପଞ୍ଚାୟତ ଅନ୍ତର୍ଗତ ବାଲିପଶି ଗ୍ରାମରେ କେନ୍ଦୁଝର କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ବିଶ୍ୱ ଖାଦ୍ୟ ଦିବସ ଅନୁଷ୍ଠିତ ହୋଇଯାଇଛି। କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଡ଼. ସୁକାନ୍ତ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ
ବିଶ୍ୱ ଖାଦ୍ୟ ଦିବସ ଅନୁଷ୍ଠିତ


ଚମ୍ପୁଆ, ୧୬ ଅକ୍ଟୋବର (ହି.ସ.)- ଚମ୍ପୁଆ ବ୍ଲକ ପଡୁଆ ପଞ୍ଚାୟତ ଅନ୍ତର୍ଗତ ବାଲିପଶି ଗ୍ରାମରେ କେନ୍ଦୁଝର କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ବିଶ୍ୱ ଖାଦ୍ୟ ଦିବସ ଅନୁଷ୍ଠିତ ହୋଇଯାଇଛି। କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଡ଼. ସୁକାନ୍ତ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କ୍ଷେତ୍ର ବିଜ୍ଞାନୀ ନିଗମାନନ୍ଦ ବେହେରା, କୃଷି ସମ୍ପ୍ରସାରଣ ବୈଜ୍ଞାନିକ ଦୀପକ କୁମାର ହେମ୍ବ୍ରମ ଓ ପ୍ରାଣୀ ବିଜ୍ଞାନ ବୈଜ୍ଞାନିକ ଡ଼. ଲିପ୍ସା ଦାସ ପ୍ରମୁଖ ଉପସ୍ଥିତ ରହି ଗାଈ, ଗୋରୁ, କୁକୁଡ଼ା, ବତକ ପାଳନ ଓ ତା'ର ଯତ୍ନ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଡ଼. ସୁକାନ୍ତ କୁମାର ସାହୁ ବିଶ୍ୱ ଖାଦ୍ୟ ଦିବସରେ ଖାଦ୍ୟର ମହତ୍ୱ ଏବଂ ସନ୍ତୁଳିତ ଆହାର ଉପରେ ଆଲୋକପାତ କରିଥିଲେ।

ନିଗମାନନ୍ଦ ବେହେରା ଡାଲି ଜାତୀୟ ଫସଲରୁ ଉନ୍ନତ ଚାଷ ପଦ୍ଧତି ଉପରେ ଆଲୋକପାତ କରିଥିବା ବେଳେ ଦୀପକ କୁମାର ହେମ୍ବ୍ରମ ଚାଷର ପ୍ରଚାର ଓ ପ୍ରସାର ଉପରେ ଅବଗତ କରାଇଥିଲେ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande