କେନ୍ଦ୍ରାପଡ଼ା, ୧୬ ଅକ୍ଟୋବର(ହି.ସ.) – ବରେଣ୍ୟ ଜନ ନାୟକ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ରେ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଶ୍ରୀ ବଳଦେବଜୀଉଙ୍କ ଅରୁଣ ସ୍ତମ୍ଭ ନିକଟରେ କେନ୍ଦ୍ରାପଡା ଜିଲ୍ଲା ସଭାପତି ଶିବ ପ୍ରସାଦ ଭୋଳଙ୍କ ନେତୃତ୍ୱରେ ଶତାଧିକ ବିଜୁ ଜନତା ଦଳର କର୍ମୀ ଉପସ୍ଥିତ ରହି ଦୀପ ଦାନ କରିଥିଲେ । ଏହି ଦୀପ ଦାନ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ସଭାପତି ଧିରେନ ସାହୁ, ଜିଲ୍ଲା ବିଜେଡି ସଭାପତି ରାଜେଶ ଦାସ, କାଉନସିଲର ନିରାକାର ସ୍ୱାଇଁ, ଉମେଶ ନାୟକ, ପୂର୍ବତନ ଚେୟାରମ୍ୟାନ ରୋସନା ସାହୁ, ହିରଣୟ କୁମାର ପଣ୍ଡା, ରଂଜନ ସାହୁ, ଅକ୍ଷୟ ମେକାପ, ସଂଜୟ ଜେନା, ଟାଉନ ସଭାପତି ଯଜାତି ମହାନ୍ତି, ବ୍ଲକ ସଭାପତି ଆଲୋକ ସାହୁ, ବ୍ଲକ ଉପାଧ୍ୟକ୍ଷା ନାରାୟଣ ମହାପାତ୍ରଙ୍କ ସମେତ କାଳୀ ପ୍ରସାଦ ମିଶ୍ର, ଦୁର୍ଗା ପ୍ରସାଦ ପତି, ବହୁ ମହିଳା, ସରପଂଚ, ସମିତିସଭ୍ୟ, ସମସ୍ତ କାଉନସିଲର ମାନେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି